ଦୁର୍ଘଟଣା ଗ୍ରସ୍ତ ଟ୍ରକକୁ ପଛରୁ ଧକ୍କା ଦେଲା ଟ୍ରକ, ଘଟଣାସ୍ଥଳରେ ଜଣେ ମୃତ
ଟ୍ରକ ପଛ ପଟୁ ଧକ୍କା ଦେଲା ଅନ୍ୟ ଏକ ଟ୍ରକ। ଘଟଣାସ୍ଥଳରେ ଜଣେ ମୃତ। ଆଜି ସକାଳୁ ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥର କୁଆଖିଆ ଛକ ନିକଟରେ।
ଯାଜପୁର (କେନ୍ୟୁଜ): ଟ୍ରକ ପଛ ପଟୁ ଧକ୍କା ଦେଲା ଅନ୍ୟ ଏକ ଟ୍ରକ। ଘଟଣାସ୍ଥଳରେ ଜଣେ ମୃତ। ଆଜି ସକାଳୁ ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥର କୁଆଖିଆ ଛକ ନିକଟରେ।
ସୂଚନା ମୁତାବକ ଗତକାଲି ରାତିରୁ ଦୁର୍ଘଟଣା ଗ୍ରସ୍ତ ହୋଇ ଜାତୀୟ ରାଜପଥରେ ଛିଡା ହୋଇଥିବା ଟ୍ରକ ପଛରେ ଧକ୍କା ଦେଇଥିଲା ଅନ୍ୟ ଏକ ଟ୍ରକ। ଫଳରେ ଡ୍ରାଇଭର ଜଣକ ଗାଡି ଭିତରେ ଚାପି ହୋଇ ରହିଯାଇଥିଲେ। ଖବର ପାଇ ରସୁଲପୁର ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ପହଞ୍ଚି କଟର ସାହାଯ୍ୟରେ କାଟି ଡ୍ରାଇଭରକୁ ଉଦ୍ଧାର କରିଥିଲେ। ମୃତ ଡ୍ରାଇଭର ଦେବଗଡ଼ ଜିଲ୍ଲା ଉଠୁଣିଆ ଅଞ୍ଚଳର ବୋଲି ସୂଚନା ମିଳିଥିବା ବେଳେ କୁଆଖିଆ ପୋଲିସ ଗାଡିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି।