Below header

ପୁତୁରା ମାଡ଼ରେ ଲହୁଲୁହାଣ ହେଲା ଖୁଡ଼ି, ମାଡ଼ ମାରିବାର ଭିଡିଓ ହେଉଛି ଭାଇରାଲ

ସମ୍ପର୍କୀୟ ପୁତୁରା ମାଡ଼ରେ ଲହୁଲୁହାଣ ହେଲା ଖୁଡ଼ି। ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଶୁଷୁରୀ ଥାନା ଆରଡ଼ି ଫାଣ୍ଡି ଅନ୍ତର୍ଗତ ନାନ୍ଦପୁର ଗାଁରେ। ଗୁରୁତର ହୋଇଥିବା ମହିଳା ଆରତୀ ବେହେରା ଭଦ୍ରକ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

ଚାନ୍ଦବାଲି (କେନ୍ୟୁଜ): ସମ୍ପର୍କୀୟ ପୁତୁରା ମାଡ଼ରେ ଲହୁଲୁହାଣ ହେଲା ଖୁଡ଼ି। ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଶୁଷୁରୀ ଥାନା ଆରଡ଼ି ଫାଣ୍ଡି ଅନ୍ତର୍ଗତ ନାନ୍ଦପୁର ଗାଁରେ। ଗୁରୁତର ହୋଇଥିବା ମହିଳା ଆରତୀ ବେହେରା ଭଦ୍ରକ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଏନେଇ ଗୁରୁତର ଆହତ ହୋଇଥିବା ଆରତୀ ବେହେରାଙ୍କ ସ୍ୱାମୀ ଧୂଷୁରୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ମାଡ଼ ମାରିବା ଭିଜୁଆଲ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି।

ଅଭିଯୋଗ ମୁତାବକ ଗତ ୨୯ ତାରିଖ ସକାଳ ସମୟରେ ଜାଗା ବାଡ଼ି କଥାକୁ ନେଇ ବୁଦ୍ଧିରାମ ବେହେରା ଓ ସୁଶାନ୍ତ ବେହେରାଙ୍କ ପରିବାର ଭିତରେ ଗଣ୍ଡଗୋଲ ଘଟିଥିଲା। ଏହି ଘଟଣାରେ ସୁଶାନ୍ତ ବେହେରା ରାଗି ଯାଇ ଏକ କାଠ ଫଳିଆରେ ବୁଦ୍ଧିରାମଙ୍କ ସ୍ତ୍ରୀ ଆରତୀ ବେହେରାଙ୍କୁ ନିର୍ମମ ଭାବେ ବାଡେଇ ଥିଲେ। ଫଳରେ ଆରତୀ ବେହେରା ଗୁରୁତର ହେବା ସହ ତାଙ୍କର ହାତ ଭାଙ୍ଗିଯାଇଥିବା ଅଭିଯୋଗ ହୋଇଛି। ଯେଉଁ ଭିଡିଓ ଭାଇରଲ ହୋଇଛି ସେଥିରେ ଏକ କାଠ ଫଳିଆରେ ନିର୍ମମ ଭାବେ ମହିଳାକୁ ମାଡ଼ ମାରୁଥିବାର ଦେଖାଯାଉଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.