ହିଟ୍‌ ଆଣ୍ଡ ରନ୍‌ : ସ୍କୁଟିକୁ ଧକ୍କା ଦେଇ ୧୦୦ ମିଟର ଘୋଷାଡି ନେଲା ସ୍କର୍ପିଓ, ଦମ୍ପତିଙ୍କ ସହିତ ୨ ପିଲା ମୃତ

ପୁଣି ହିଟ୍‌ ଆଣ୍ଡ ରନ୍‌ ମାମଲା । ଉତ୍ତରପ୍ରଦେଶ ଲକ୍ଷ୍ନୌରେ ସ୍କର୍ପିଓ ଧକ୍କା ଦେଇ ସ୍କୁଟିକୁ ୧୦୦ ମିଟର ଘୋଷାଡି ନେବା ଫଳରେ ଦମ୍ପତିଙ୍କ ସହିତ ୨ ପିଲା ମୃତ ।

ଉତ୍ତରପ୍ରଦେଶ ଲକ୍ଷ୍ନୌରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସ୍କର୍ପିଓ ସ୍କୁଟିକୁ ଧକ୍କା ଦେବା ଫଳରେ ଦମ୍ପତିଙ୍କ ସହିତ ଦୁଇ ଜଣ ପିଲାଙ୍କର ମୃତ୍ୟୁ ହୋଇଛି । ସ୍କର୍ପିଓ ସ୍କୁଟିକୁ ଧକ୍କା ଦେବା ପରେ ୧୦୦ ମିଟର ଘୋଷାଡି ନେଇଥିଲା । ସ୍କର୍ପିଓ ଗଛରେ ଧକ୍କା ଖାଇ ରହିବା ପରେ ସମସ୍ତଙ୍କୁ ଗାଡି ତଳୁ ଉଦ୍ଧାର କରାଯାଇଥିଲା । ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବା ପରେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ସୂଚନା ପାଇବା ପରେ ପୋଲିସ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲା । ପୋଲିସ ଏହି ମାମଲାର ଯାଞ୍ଚ କରୁଛି ।

ସୂଚନା ମୁତାବକ, ଦୁର୍ଘଟଣା ଅଲୀଗଂଜ ଥାନା ଗୁଲାଚୀନ ମନ୍ଦିର ନିକଟରେ ଘଟିଛି । ଦ୍ରୁତଗତିରେ ଆସିଥିବା ଏକ ସ୍କର୍ପିଓ ସ୍କୁଟିକୁ ଧକ୍କା ଦେଇଥିଲା। ଏହି ସ୍କୁଟିରେ ଦମ୍ପତିଙ୍କ ସହିତ ୨ ପିଲା ରହିଥିଲେ । ସ୍କର୍ପିଓ ସ୍କୁଟିକୁ ଧକ୍କା ଦେବା ଫଳରେ ସମସ୍ତେ ତଳେ ପଡିଯାଇଥିଲେ ଆଉ ଏମାନଙ୍କୁ କାରଟି ୧୦୦ ମିଟର ଘୋଷାଡି ନେଇଥିଲା । କିଛି ବାଟ ଯିବା ପରେ ସ୍କର୍ପିଓ ଗଛରେ ଧକ୍କା ଖାଇ ରହିଥିଲା । ଏହାପରେ ଲୋକେ ସେମାନଙ୍କୁ ସ୍କର୍ପିଓ ତଳୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିଥିଲେ । ହେଲେ ଏଠାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ ।

ସ୍ଥାନୀୟ ଲୋକ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ମାମଲାର ଯାଞ୍ଚ କରୁଛି । ପୋଲିସ ୪ଟି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ସ୍କୁଟି ନମ୍ବର ଆଧାରରୁ ମୃତକଙ୍କ ପରିଚୟ ମିଳିଛି ।

ପୂର୍ବରୁ ଅନେକ ହିଟ୍‌ ଆଣ୍ଡ ରନ୍‌ ମାମଲା ଦେଖିବାକୁ ମିଳିଛି । ତଥାପି ଏଭଳି ଘଟଣା କମୁନାହିଁ । ଫଳରେ ଅକାଳରେ ଜୀବନ ଚାଲିଯାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.