Below header

ଭୁବନେଶ୍ଵର ନାବାଳିକା ଗଣଦୁଷ୍କର୍ମ ମାମଲାର ଆଜି ହାଇକୋର୍ଟରେ ଶୁଣାଣି, ଭିଡିଓ କନ୍‌ଫରେନ୍‌ସିଂରେ ହାଜର ହେବେ ପୋଲିସ ଡିଜି

ଭୁବନେଶ୍ଵର: ଭୁବନେଶ୍ଵର ନାବାଳିକା ଗଣଦୁଷ୍କର୍ମ ମାମଲାର ଆଜି ହାଇକୋର୍ଟରେ ଶୁଣାଣି । ଭିଡିଓ କନ୍‌ଫରେନ୍‌ସିଂରେ ହାଜର ହେବେ ପୋଲିସ ଡିଜି । ଗତ ୯ ତାରିଖରେ ଶୁଣାଣି କରି ହାଇକୋର୍ଟ କ୍ରାଇମବ୍ରାଞ୍ଚ ତଦନ୍ତରେ ଅସନ୍ତୋଷ ପ୍ରକାଶ କରିବା ସହ ଭିଡିଓ କନ୍‌ଫରେନ୍ସିଂରେ ପୋଲିସ ଡିଜି ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ସହ ତଦନ୍ତର ଅଗ୍ରଗତି ସମ୍ପର୍କରେ ଏକ ସତ୍ୟପାଠ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ କୋର୍ଟ ।

ଗତ ଅକ୍ଟୋବର ୧୪ ତାରିଖରେ ମାମଲାର ଶୁଣାଣି କରି ପୀଡ଼ିତା ଓ ତାଙ୍କ ମା’କୁ ସୁରକ୍ଷା ଯୋଗାଇ ଦେବାକୁ ଓଡ଼ିଶା ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଏଭଳି ଜଘନ୍ୟ ଅପରାଧରେ କୌଣସି ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ । ଗଣଦୁଷ୍କର୍ମ ମାମଲାରେ ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ଜବାବ ଦାଖଲ କରାଯାଇଥିଲା । ଅକ୍ଟୋବର ୬ ତାରିଖରୁ ଏହି ମାମଲା ଓଡିଶା କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବା ହାଇକୋର୍ଟଙ୍କୁ ଅବଗତ କରାଯାଇଥିଲା । ଏହା ସହ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଥିଲା କ୍ରାଇମବ୍ରାଞ୍ଚ । ତଦନ୍ତ ପାଇଁ ଅଧିକ ଦିନ ସମୟ ଦେବାକୁ ସତ୍ୟପାଠରେ ପ୍ରାର୍ଥନା କରାଯାଇଥିଲା ।

minor girlସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା ଯେ କ୍ରାଇମବ୍ରାଞ୍ଚର ଜଣେ ଏସ୍‌ପିଙ୍କୁ ତଦନ୍ତଭାର ଦିଆଯାଇଛି ଓ ୪ ଜଣ ଇନ୍ସପେକ୍ଟର ଏଥିରେ ଏସ୍‌ପିଙ୍କୁ ସହଯୋଗ କରୁଛନ୍ତି । ଅଭିଯୁକ୍ତମାନଙ୍କୁ ପଚରାଉଚରା କରାଯାଇଛି ଏବଂ ବୟାନ ମଧ୍ୟ ରେକର୍ଡ ହୋଇଛି । ସେମାନଙ୍କ ପଲିଗ୍ରାଫ୍‌ ପରୀକ୍ଷା ମଧ୍ୟ ହୋଇଛି । ଘଟଣା ଘଟିବାର ୪ ମାସ ପରେ ମାମଲା ଦାୟର ହୋଇଛି, ତେଣୁ “ବାୟୋଲୋଜିକାଲ” ପ୍ରମାଣ ପାଇବାରେ ସମସ୍ୟା ହେଉଛି । କ୍ରାଇମବ୍ରାଞ୍ଚ ଏହାର ତଦନ୍ତ କରୁଛି ଓ ଏଥିପାଇଁ ସିବିଆଇ କିମ୍ବା ହାଇକୋର୍ଟରେ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ଵାରା ଗଠିତ ଟିମ ଦ୍ଵାରା ତଦନ୍ତ ପାଇଁ ପ୍ରାର୍ଥନା କରାଯାଇଥିଲା । ଏହି ମାମଲା ସିବିଆଇ କିମ୍ବା ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ଵାରା ତଦନ୍ତ କରାଯିବାର ଆବଶ୍ୟକତା ନଥିବା ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.