Below header

କିଏ ଜିତିବ ବିଜେପୁର ବାଜି? ଆରମ୍ଭ ହୋଇଯାଇଛି ଭୋଟ ଗଣତି

ଭୁବ‌ନେଶ୍ବର : କିଏ ଜିତିବ ବିଜେପୁର ବାଜି ? ରୀତା ସାହୁ, ସନତ ଗଡ଼ତିଆ ନା ଦିଲ୍ଲୀପ ପଣ୍ଡା । କାହା ସପକ୍ଷରେ ଯିବ ଜନମତ । ଆଜି ସକାଳ ୮ଟାରୁ ଆରମ୍ଭ ହୋଇଛି ବିଜେପୁର ଉପନିର୍ବାଚନ ଭୋଟ ଗଣତି । ପଦ୍ମପୁର ନିୟନ୍ତ୍ରିତ ବଜାର କୋଠାରେ ଭୋଟ ଗଣତି କେନ୍ଦ୍ର କରାଯାଇଛି । ପ୍ରଥମେ ଇଲେକ୍ଟ୍ରୋନିକ୍‌ସ ବା ଇଟିପିବିଏସ ଦ୍ୱାରା କର୍ମଚାରୀ ମାନେ ଦେଇଥିବା ଭୋଟ ଓ ପରେ ପୋଷ୍ଟାଲ ବାଲାଟ ଗଣାଯିବ । ୧୪ଟି ଟେବୁଲରେ କାଉଣ୍ଟିଂ ହେଉଛି । ୧୦୩ ଜଣ ଅଧିକାରୀ ନିୟୋଜିତ ହେଇଛନ୍ତି । ପ୍ରତି ଟେବୁଲରେ ଜଣେ ଲେଖାଏଁ ମାଇକ୍ରୋ ଅବଜର୍‌ଭର, ଜଣେ କାଉଣ୍ଟିଂ ସୁପରଭାଇଜର ଓ ଜଣେ କାଉଣ୍ଟିଂ ଆସିଷ୍ଟାଣ୍ଟ ରହିଛନ୍ତି । କାଉଣ୍ଟିଂ ହଲ ମଧ୍ୟକୁ କାହାକୁ ମୋବାଇଲ ଫୋନ ବ୍ୟବହାର କରିବାକୁ ଦିଆଯାଉ ନାହିଁ । ଭୋଟ ଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.