Below header

ବସ୍‌ ସହ ବାଇକ୍‌ ମୁହାଁମୁହିଁ ଧକ୍କା : ଜଣେ ମୃତ, ଜଣେ ଗୁରୁତର

ବସକୁ ଧକ୍କା ଦେଲା ବାଇକ। ଜଣେ ମୃତ୍ୟୁ ଜଣେ ଗୁରୁତର। କେନ୍ଦୁଝର ଜିଲ୍ଲା ପାଟଣା ଥାନା ପରମେଶ୍ୱର ମନ୍ଦିର ନିକଟରେ ଦୁର୍ଘଟଣା ଘଟିଛି। ସଂଗ୍ରାମ ନାମକ ଏକ ବସ ଓ ବାଇକ ମୁହାଁମୁହିଁ ଧକ୍କା ହୋଇଛି । ଘଟଣାସ୍ଥଳରେ ବାଇକ ଆରୋହୀ ମୃତ୍ୟୁ ବରଣ କରିଥିବା ବେଳେ ଜଣେ ଗୁରୁତର ହେଇଛନ୍ତି।

ଘଟଗାଁ (କେନ୍ୟୁଜ): ବସକୁ ଧକ୍କା ଦେଲା ବାଇକ। ଜଣେ ମୃତ୍ୟୁ ଜଣେ ଗୁରୁତର। କେନ୍ଦୁଝର ଜିଲ୍ଲା ପାଟଣା ଥାନା ପରମେଶ୍ୱର ମନ୍ଦିର ନିକଟରେ ଦୁର୍ଘଟଣା ଘଟିଛି। ସଂଗ୍ରାମ ନାମକ ଏକ ବସ ଓ ବାଇକ ମୁହାଁମୁହିଁ ଧକ୍କା ହୋଇଛି । ଘଟଣାସ୍ଥଳରେ ବାଇକ ଆରୋହୀ ମୃତ୍ୟୁ ବରଣ କରିଥିବା ବେଳେ ଜଣେ ଗୁରୁତର ହେଇଛନ୍ତି। ଗୁରୁତର ଜଣଙ୍କୁ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। । ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଜାରି ରଖିଛି ।

ସୂଚନା ଅନୁସାରେ ବସ୍‌ଟି ସହାରପଡା ବ୍ଲକର ତାଳପଦା ଗାଁକୁ ଯାଉଥିଲା । ଅନ୍ୟପଟୁ ପାଟଣା ଥାନା ଟଭାସରୁଆ ଗ୍ରାମରୁ ଶ୍ରୀହରି ନାୟକ ଓ କାହ୍ନା ମହାରଣା ବାଇକ ଯୋଗେ ଫେରୁଥିବା ବେଳେ ପରମେଶ୍ୱର ମନ୍ଦିର ନିକଟରେ ସଂଗ୍ରାମ ନାମକ ବସ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବାରାହଟିପରା ଗାଁର ଶ୍ରୀହରି ନାୟକ ଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ତରା ଗ୍ରାମର କାହ୍ନା ମହାରଣାଙ୍କୁ ଗୁରୁତର ଅବସ୍ଥାରେ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.