‘ହର୍‌ ହର୍‌ ଶମ୍ଭୁ’ ଗାଇଥିବା ୟୁଟ୍ୟୁବ୍‌ ସିଙ୍ଗର୍‌ ଫରମାନୀ ନାଜଙ୍କ ଦାଦାପୁଅ ଭାଇକୁ ହତ୍ୟା, ଛୁରୀ ଭୁସି ମାରିଲେ ୩ ଦୁର୍ବୃତ୍ତ

ଉତ୍ତର ପ୍ରଦେଶର ମୁଜଫରନଗରରେ ଜଣେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଛି। ବାଇକ୍‌ରେ ୩ ଦୁର୍ବୃତ୍ତ ଆସି ଯୁବକଙ୍କୁ ହତ୍ୟା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଖବର ପାଇ ରତନପୁରୀ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତକଙ୍କ ନାଁ ଖୁର୍ସିଦ ବୋଲି ପୋଲିସ କହିଛି।

ସୂଚନା ମୁତାବକ, ଖୁର୍ସିଦ ହେଉଛନ୍ତି ‘ହର୍‌ ହର୍‌ ଶମ୍ଭୁ’ ଗାଇଥିବା ୟୁଟ୍ୟୁବ୍‌ ସିଙ୍ଗର୍‌ ଫରମାନୀ ନାଜଙ୍କ ଦାଦାପୁଅ ଭାଇ। ଘଟଣା ଶନିବାର ରାତିରେ ରତନପୁରୀ ଥାନା ଅଧୀନ ମହମ୍ମଦପୁର ମାଫି ଗାଁରେ ଘଟିଛି। ୩ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ଖୁର୍ସିଦଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଏଥିରେ ସେ ଗୁରୁତର ଆହତ ହୋଇଥିଲେ।

ଘଟଣା ପରେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ। ସେପଟେ ଖବର ପାଇ ପରିବାର ଲୋକେ ପହଞ୍ଚି ଖୁର୍ସିଦଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲ ନେଇଯାଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ପୋଲିସ କହିଛି ଯେ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି। ୩ ଆକ୍ରମଣକାରୀଙ୍କୁ ଧରିବା ପାଇଁ ଖୋଜାଖୋଜି ଚାଲିଛି।

ଖବର ରହିଛି ଯେ ଫରମାନୀଙ୍କ ଦାଦାପୁଅ ଭାଇଙ୍କୁ ହତ୍ୟା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଗ୍ରାମବାସୀ ଏବଂ ସମ୍ପର୍କୀୟ ସ୍ଥାନୀୟ ସରକାରୀ ହସ୍ପିଟାଲରେ ପହଞ୍ଚି ଜୋର୍‌ଦାର ହଙ୍ଗାମା କରିଥିଲେ। ପୋଲିସ ଲୋକଙ୍କୁ ଶାନ୍ତ କରାଇଥିଲା। ପରିବାର ଅଭିଯୋଗ କରିଛନ୍ତି କି, ଗାଁର ହିଁ ଏକ ଗୋଷ୍ଠୀ ଖୁର୍ସିଦଙ୍କୁ ହତ୍ୟା କରିଛନ୍ତି।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.