Below header

୮ କୋଟି ଟଙ୍କା ବ୍ୟାଙ୍କ ଋଣ ଜାଲିଆତି ଘଟଣା: ୨ ଅଭିଯୁକ୍ତଙ୍କୁ ଗିରଫ କଲା EOW

୮ କୋଟି ଟଙ୍କା ବ୍ୟାଙ୍କ ଋଣ ଜାଲିଆତି ଘଟଣାରେ ୨ ଅଭିଯୁକ୍ତ ଗିରଫ । କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ଗିରଫ କରିଛି । ସେମାନେ ହେଲେ ସମରେଶ ଦାସ ଓ ହେମନ୍ତ ପଣ୍ଡା।

ଭୁବନେଶ୍ୱର (କେନ୍ୟୁଜ): ୮ କୋଟି ଟଙ୍କା ବ୍ୟାଙ୍କ ଋଣ ଜାଲିଆତି ଘଟଣାରେ ୨ ଅଭିଯୁକ୍ତ ଗିରଫ । କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ଗିରଫ କରିଛି । ସେମାନେ ହେଲେ ସମରେଶ ଦାସ ଓ ହେମନ୍ତ ପଣ୍ଡା। ଜାଲ କାଗଜପତ୍ର ଜରିଆରେ ବ୍ୟାଙ୍କ ଦେଇଥିଲା ୮ କୋଟି ଟଙ୍କା ଋଣ। ଫୁଲବାଣୀ ଏସବିଆଇ ଶାଖାର ରିଜିଓନାଲ ମ୍ୟାନେଜର ଏ ନେଇ ଅଭିଯୋଗ କରିଥିଲେ। ଏହାପରେ ଇଓଡବ୍ଲୁ ମାମଲାର ତଦନ୍ତ କରାଯାଇ ଉଭୟଙ୍କୁ ଗିରଫ କରିଛି।

ସୂଚନାଯୋଗ୍ୟ,  ୮ କୋଟି ଟଙ୍କା ଠକେଇ ଏବଂ ଅର୍ଥ ହେରଫେର ମାମଲାରେ ଡେପୁଟି ମ୍ୟାନେଜର ଆଶୁତୋଷ ଆଚାର୍ଯ୍ୟଙ୍କୁ ପୂର୍ବରୁ କଟକରୁ ଗିରଫ କରିଥିଲା ଇଓଡବ୍ଲୁ। ଗିରଫ ହୋଇଥିବା ଆଶୁତୋଷ ଆଚାର୍ଯ୍ୟଙ୍କୁ ଫୁଲବାଣୀ ଏସଡିଜେଏମ କୋର୍ଟରେ ହାଜର କରାଯାଇଥିଲା। ବ୍ୟାଙ୍କର ରିଜିଓନାଲ ମ୍ୟାନେଜର ଏ ନେଇ ଇଓଡବ୍ଲୁରେ ଅଭିଯୋଗ କରିବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ପୋ ଲିସ। ଏକ୍ସପ୍ରେସ୍ କ୍ରେଡିଟ୍ ଲୋନ୍ ଦେବା ନାଁରେ ୮ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ରହିଛି। ଡେପୁଟି ମ୍ୟାନେଜର ଆଶୁତୋଷ ଆଚାର୍ଯ୍ୟ ନକଲି କାଗଜପତ୍ର ଜରିଆରେ ୫୯ ଜଣଙ୍କୁ ଋଣ ଦେଇଥିବା ନେଇ ଅଭିଯୋଗ ହୋଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.