Below header

ପାଳିତ ହୋଇଯାଇଛି ଭୁବନେଶ୍ୱର ବିଜେଇଏମ୍ ସ୍କୁଲ-୨ର ବାର୍ଷିକ ଉତ୍ସବ ‘ପଲ୍ସାଶିଓ’

ଭୁବନେଶ୍ୱର : ଭୁବନଶ୍ୱର ଉପକଣ୍ଠ ସତ୍ୟଭାମାପୁର ସ୍ଥିତ ବିଜେବି ଇଂଲିଶ ମିଡିୟମ ସ୍କୁଲ-୨ର ପଞ୍ଚଦଶ ବାର୍ଷିକ ଉତ୍ସବ ‘ପଲ୍ସାଶିଓ’ ମହାଆଡମ୍ବରରେ ପାଳିତ ହୋଇଯାଇଛି । କରୋନା କଟକଣା ପରେ ଦୀର୍ଘ ଦିନ ଅନ୍ତରରେ ଏଥର ଖୁବ୍‌ ଭଲ ଭାବେ ଆୟୋଜିତ ହୋଇଛି ଏହି ଦୁଇ ଦିନଆ ବାର୍ଷିକ ଉତ୍ସବ । ଏଥିରେ ବିଦ୍ୟାଳୟର କୁନି କୁନି ପିଲାଙ୍କଠାରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ ।

ଉତ୍ସବରେ ଅତିଥି ଭାବେ ବିଶିଷ୍ଟ ଲେଖକ ଦାଶ ବେନହୁର ଏବଂ ପୂର୍ବତନ ବରିଷ୍ଠ ପ୍ରଶାସକ ରବିନାରାୟଣ ସେନାପତି ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ବିଦ୍ୟାଳୟର ସଭାପତି ରଘୁନାଥ ମିଶ୍ର, ପରିଚାଳକ ପ୍ରତାପ କୁମାର ଜେନା, ବିଦ୍ୟାଳୟ ଅଧ୍ୟକ୍ଷା ଅଳକା ମହାନ୍ତି ଓ ଉପାଧ୍ୟକ୍ଷ ଡ. ମନୋରଞ୍ଜନ
ବେଜ ଓ ବିଜେ ଶିକ୍ଷାପରିଷଦର ସଦସ୍ୟମାନେ ଉପସ୍ଥିତ ଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।

୨୦୨୨-୨୩ ଶିକ୍ଷା ବର୍ଷ ନିମନ୍ତେ “ବିଜେ ଜେମ୍” ଭାବେ ନବମ ଶ୍ରେଣୀ ଛାତ୍ର ରାଜ୍ ଆରିୟାନ୍ ରାଉତ ବିବେଚିତ ହୋଇଥିବା ବେଳେ, ଷ୍ଟୁଡେଣ୍ଟ ଅଫ ଦ ଇୟର ପାଇଁ ଏକାଦଶ ଶ୍ରେଣୀର ଛାତ୍ରୀ ସ୍ଥିତି ପ୍ରଜ୍ଞା ଜେନା ବିଶେଷ ପୁରସ୍କାର ପାଇଥିଲେ । ସେହିପରି ଅଭୟ ନାୟକ ମେମୋରିଆଲ ପୁରସ୍କାର ଦଶମ ଶ୍ରେଣୀର ଛାତ୍ର ଶ୍ୱାଶ୍ୱତ ରାୟ ଏବଂ ଇନୋଭେଟିଭ ଷ୍ଟୁଡେଣ୍ଟ ଅଫ ଦ ଇୟର ପାଇଁ ଶୈଳବାଳା ଯୋଗେନ୍ଦ୍ର ସ୍ମାରକୀ ପୁରସ୍କାର ଷଷ୍ଠ ଣ୍ରେଣୀ ଛାତ୍ର କୁଶଲ ଗୋଛାୟତଙ୍କୁ ପ୍ରଦାନ କରାଯାଇଥିଲା । ଗଣେଶ ବନ୍ଦନାଠାରୁ ଆରମ୍ଭ କରି ଦେବୀ ଦୁର୍ଗାଙ୍କ ଉପରେ ନୃତ୍ୟ ନାଟିକା ସହ ଓଡ଼ିଆ, ହିନ୍ଦୀ ଏବଂ ଇଂରାଜୀ ଭାଷାରେ ପିଲାମାନେ ପରିବେଷଣ କରିଥିବା ନାଟକ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସମସ୍ତଙ୍କୁ ମନ୍ତ୍ରମୁଗଧ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.