ଚୀନ ସମେତ ଏହି ୫ ଦେଶରୁ ଆସୁଥିବା ଯାତ୍ରୀଙ୍କର ହେବ RT-PCR ଟେଷ୍ଟ; କରୋନା ସଂକ୍ରମିତ ମିଳିଲେ ହେବେ କ୍ୱାରେଣ୍ଟାଇନ

ବିଶ୍ୱସ୍ତରରେ ବଢ଼ୁଥିବା କରୋନା ସଂକ୍ରମଣକୁ ନଜରରେ ରଖି କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଶନିବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡଭିୟା କହିଛନ୍ତି ଯେ ଚୀନ, ଜାପାନ, ହଂକଂ, ବ୍ୟାଙ୍କକ୍‌ ଏବଂ ଦକ୍ଷିଣ କୋରିଆରୁ ଭାରତ ଆସୁଥିବା ଯାତ୍ରୀଙ୍କର RT-PCR ଟେଷ୍ଟ ବାଧ୍ୟତାମୂଳକ ହେବ। ଏ ନେଇ ବହୁତ ଜଲ୍‌ଦି ବିସ୍ତତ ଆଦେଶ ଜାରି କରାଯିବ।

ମଣ୍ଡଭିୟା ଆହୁରି କହିଥିଲେ, ‘ଆମେ ଆଭିଏସନ ମନ୍ତ୍ରାଳୟ ସହ ଏହି ପ୍ରସଙ୍ଗ ଉପରେ ଆଲୋଚନା କରୁଛୁ। ଯେଉଁ ଯାତ୍ରୀମାନଙ୍କର RT-PCR ରିପୋର୍ଟ ପଜିଟିଭ ଆସିବ କିମ୍ବା ଯାହାଙ୍କଠାରେ ଜ୍ୱର ଭଳି ଲକ୍ଷଣ ଦେଖାଯିବ, ସେମାନଙ୍କୁ କ୍ୱାରେଣ୍ଟାଇନ୍‌ କରାଯିବ’।

ଚୀନ, ଜାପାନ, ଦକ୍ଷିଣ କୋରିଆ, ହଂକଂ ଏବଂ ଥାଇଲାଣ୍ଡରୁ ଆସୁଥିବା ବିଦେଶୀ ଯାତ୍ରୀଙ୍କ ପାଇଁ ଆଭିଏସନ ମନ୍ତ୍ରାଳୟ ତରଫରୁ ଏକ ଆଦେଶ ଜାରି କରାଯାଇଛି। ଏହା ଅଧୀନରେ ବର୍ତ୍ତମାନ ସ୍ୱାସ୍ଥ୍ୟ ସ୍ଥିତି ଘୋଷଣା କରିବା ପାଇଁ ଏୟାର ସୁବିଧା ଫର୍ମ ଭରିବା ଅନିବାର୍ଯ୍ୟ କରି ଦିଆଯାଇଛି।


କଂଗ୍ରେସକୁ କେବଳ ନିଜ ପରିବାରର ଚିନ୍ତା

କେନ୍ଦ୍ରମନ୍ତ୍ରୀ ଅନୁରାମ ଠାକୁର ଶନିବାର କହିଛନ୍ତି, ଚୀନ, କୋରିଆ ଏବଂ ଜାପାନରେ କୋଭିଡ୍‌ ମାମଲା ବଢ଼ୁଛି, କିନ୍ତୁ କଂଗ୍ରେସକୁ କେବଳ ନିଜ ପରିବାରର ଚିନ୍ତା ଘାରିଛି। ଏହି ସମୟରେ କୋଭିଡ୍‌ ନିୟମ ପାଳନ କରିବାର ଅଛି। ମୁଁ ରାହୁଲ ଗାନ୍ଧୀଙ୍କୁ ପଚାରିବାକୁ ଚାହୁଁଛି ଯେ ସେ ଏବଂ କଂଗ୍ରେସର ଅନ୍ୟ ନେତା, ଯେଉଁମାନେ ହିମାଚଳ ସିଏମ୍‌ଙ୍କ ସମ୍ପର୍କରେ ଆସିଥିଲେ ଏବଂ ଯେଉଁମାନଙ୍କ ରିପୋର୍ଟ ପଜିଟିଭ ଆସିଥିଲା, ସେମାନଙ୍କୁ କ’ଣ କ୍ୱାରେଣ୍ଟାଇନ୍‌ କରାଯାଇଛି?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.