Below header

ମାଲକାନଗିରି: କାଲି ଯିଏ ରାଜା ଆଜି ସେ ଫକିର, ୨୪ ଲକ୍ଷ ଟଙ୍କାର ଗାଡ଼ି ମାଲିକ ଏବେ ପରିବା ବେପାରୀ

ମାଲକାନଗିରି(କେନ୍ୟୁଜ୍): କରନା କରୁଛି କାଙ୍ଗାଳ।ସମୟ ଚକ୍ର କାହାକୁ କେଉଁ ଆଡକୁ ଟାଣୁଛି କେହି ଜାଣି ପାରୁନାହାନ୍ତି। କୋଟିପତି ହେଲେ ବି କେତେବେଳେ ସେ ଦାଣ୍ଡର ଭିକାରୀ। ଆଉ କରନା ଏଭଳି କିଛି ଘଡିସନ୍ଧି ମୁହୂର୍ତ୍ତରେ ଆଣିଦେଇଛି ଅନେକ ଲୋକଙ୍କୁ। କାଲି ଯିଏ ୨୪ ଲକ୍ଷ ଟଙ୍କାର ଗାଡି ଚଢୁଥିଲା ଆଜି ସିଏ ଫଳ ପରିବା ବେପାରୀ।

ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଛତିଶଗଡ଼ ଧରମପୁର ଠାରେ। ନାଁ ତାଙ୍କର ନାରାୟଣ ଶାହ । ପେସାରେ ସେ ଜଣେ ବେକେରି ବ୍ୟବସାୟୀ। ଏଥିରୁ ଘର ଚଳୁଥାଏ। ହେଲେ   ଛତିଶଗଡ଼ରେ କରୋନା ସଂକ୍ରମଣ  ଏତେ ବୃଦ୍ଧି ପାଇଛି ଯେ ଲୋକଙ୍କ ମେରୁଦଣ୍ଡ ଭାଙ୍ଗି ସାରିଲାଣି।

malkangir2 ନାରାୟଣ ନିଜ ପେଟପାଟଣା ପାଇଁ ପରିବା ଆଉ ଫଳ ଦୋକାନ ଲଗାଇଛନ୍ତି । ଆଉ ଏହି ଦାମୀ ଗାଡ଼ି ଏବେ ଏହି ବେଉସାର ସାହାରା ପାଲଟିଛି। ମନୋଜ କହନ୍ତି କୌଣସି ବେଉସା ବଡ଼ ସାନ ହୋଇନଥାଏ। ପେଟ ପାଇଁ ପରିଶ୍ରମ କଲେ ଲାଜ କଣ।  ନାରାୟଣଙ୍କ ଏଭଳି କାମ ଆଉ ଚିନ୍ତାଧାରା ପାଇଁ ଅନେକଙ୍କ ଠାରୁ  ଏବେ ପ୍ରଶଂସା  ସାଉଁଟୁଛନ୍ତି । ସତରେ ନାରାୟଣ ଅନ୍ୟ ପାଇଁ ଉଦାହରଣ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.