Below header

ଲକଡାଉନରେ ଜିଲ୍ଲାପାଳ ଦେଖାଇଲେ ଦବଙ୍ଗଗିରି, ଔଷଧ ଆଣିବାକୁ ଯାଉଥିବା ଯୁବକଙ୍କୁ ମାଡ ମାରିବା ସହିତ ଭାଙ୍ଗିଲେ ଫୋନ

କରୋନା ଯୋଗୁଁ ସମଗ୍ର ଦେଶର ବିଭିନ୍ନ ରାଜ୍ଯରେ ଲକଡାଉନ ଲାଗୁ ରହିଛି। ଏମିତି ସ୍ଥଳେ ଛତିଶଗଡ ସୁରଜପୁର ଜିଲ୍ଲାରେ ମଧ୍ୟ ଲକଡାଉନ୍ ଲାଗିଛି । ଏହି ସମୟରେ ଜଣେ ଜିଲ୍ଲାପାଳଙ୍କ ଦବଙ୍ଗଗିରି ଦେଖିବାକୁ ମିଳିଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇଛି । ଏଥିରେ ଜିଲ୍ଲାପାଳ ଜଣେ ଯୁବକଙ୍କୁ ମାଡ ମାରିବା ସହ ଫୋନ୍ ବି ଭାଙ୍ଗି ଦେଇଛନ୍ତି । ଏପରିକି ପୋଲିସକୁ କହି ମଧ୍ୟ ଯୁବକଙ୍କୁ ନିସ୍ତୁକ ପିଟିଛନ୍ତି । ତେବେ ପରେ ଏହି ଘଟଣାକୁ ନେଇ ଜିଲ୍ଲାପାଳ କ୍ଷମା ମାଗିଛନ୍ତି ।

ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଭିଡିଓ ଅନୁଯାୟୀ, ଜଣେ ଯୁବକଙ୍କୁ ପୋଲିସ ରୋକିବା ସମୟରେ ଜିଲ୍ଲାପାଳ ଆସି ଦବଙ୍ଗଗିରି ଦେଖାଇଛନ୍ତି। ସୂଚନା ଅନୁସାରେ, ସୁରଜପୁର ଜିଲ୍ଲାର ପୁରୁଣା ବଜାରରେ ସାହିଲ ଗୁପ୍ତା ନାମକ ଜଣେ ବ୍ୟକ୍ତି ଔଷଧ ପାଇଁ ବଜାରକୁ ଯାଉଥିଲେ ।

ଏହି ସମୟରେ ଭୈୟାଥାନ ଛକରେ ପୋଲିସ ଜଣକ ଯୁବକଙ୍କୁ ଅଟକାଇଥିବା ବେଳେ ଜିଲ୍ଲାପାଳ ରଣବୀର ଶର୍ମା ତାଙ୍କ ପାଖକୁ ଆସିଥିଲେ । ଯୁବକ ଔଷଧ ଆଣିବାକୁ ଯାଉଥିବା କହିଥିଲେ, ମଧ୍ୟ ଜିଲ୍ଲାପାଳ ତାଙ୍କୁ ଚାପୁଡା ମାରିଥିଲେ । ଏପିରିକି ପୋଲିସ କର୍ମୀଙ୍କୁ କହି ଲାଠିରେ ମାଡ ମାରିଥିଲେ । ଯାହାକୁ ଯୁବକଙ୍କ ପିତା ତୀବ୍ର ବିରୋଧ କରିଛନ୍ତି । ସେ କୋଭିଡ୍ ଟିକା ଲଗାଇଥିଲେ । ତେଣୁ ବାହାରକୁ ଯାଉ ନାହାଁନ୍ତି । ଜ୍ୱର ହେଉଥିବାରୁ ପୁଅକୁ ଔଷଧ ପାଇଁ ପଠାଇଥିଲେ । କିନ୍ତୁ ଜିଲ୍ଲାପାଳଙ୍କ ଏପରି ବ୍ଯବହାରରେ ନିନ୍ଦା କରିଛନ୍ତି ଯୁବକଙ୍କ ବାପା।

ଘଟଣାପରେ ଜିଲ୍ଲାପାଳଙ୍କ ଏପରି କାର୍ଯ୍ୟକୁ ବିରୋଧ କରିଛନ୍ତି । ରାଜ୍ୟରେ ମେ ୩୧ ଯାଏଁ ଲକଡାଉନ ରହିଥିବା ବେଳେ କେବଳ ଅତ୍ୟାବଶ୍ୟକ ସେବା ଚାଲୁଛି । କିନ୍ତୁ ଔଷଧ ଆଣିବାକୁ ଯାଉଥିବା ଜଣେ ଯୁବକଙ୍କୁ ଜିଲ୍ଲାପାଳ ମାଡ ମାରିବାକୁ ସମସ୍ତେ ନିନ୍ଦା କରିଛନ୍ତି । ତେବେ ଭିଡିଓ ଭାଇରାଲ ହେବାପରେ ଜିଲ୍ଲାପାଳ ଘଟଣା ପାଇଁ କ୍ଷମା ମାଗିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.