ନୟାଗଡ: ଚାନ୍ଦପୁର ରାମଚଣ୍ଡୀ ମନ୍ଦିରରେ ଚାଲିଥିଲା ଜୁଆ ଖେଳର ଆସର, ୭ ଜୁଆଡିଙ୍କୁ ଗିରଫ କଲା ପୋଲିସ

ଟାଙ୍ଗୀ(କେନ୍ୟୁଜ୍): ସଟଡାଉନରେ ଜମିଥିଲା ଜୁଆ ଖେଳର ଆସର। ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ନିକଟ ରାମଚଣ୍ଡି ମନ୍ଦିର ପରିସରରେ ଚାଲିଥିଲା ଏହି ଜୁଆଖେଳ । କୌଣସି ସୂତ୍ରର ଚାନ୍ଦପୁର ପୋଲିସ ଖବର ପାଇ ଘଟଣା ସ୍ଥଳରେ ଚଢାଉ କରି  ୭ ଜୁଆଡିଙ୍କୁ ଗିରଫ କରିଛି। ସେମାନଙ୍କଠାରୁ  ନଗଦ ୨୬୭୦ ଟଙ୍କା ସହ ମୋବାଇଲ ଫୋନ ଜବତ କରିଛି ଚାନ୍ଦପୁର ପୋଲିସ୍ ।

ସମସ୍ତ ଜୁଆଡି ଚାନ୍ଦପୁର ଅଞ୍ଚଳର ବୋଲି  ପୋଲିସ ସୂଚନା ଦେଇଛି । ତେବେ ମନ୍ଦିର ଭଳି ପବିତ୍ର ଜାଗାରେ ଏଭଳି ଜୁଆ ଖେଳକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.