‘ପ୍ରକୃତି ନୈବ ମୁଚ୍ଯତେ’: ଏତେ ସାରା ଖାଦ୍ଯ ଖାଇବା ପରେ ମଧ୍ୟ ମାଙ୍କଡ ଶେଷରେ ନେଇଗଲା କଦଳୀ, ଭିଡିଓ ଭାଇରଲ

ସୋସିଆଲ ମିଡିଆରେ ଜୀବଜନ୍ତୁଙ୍କୁ ନେଇ ଅନେକ ଭିଡିଓ ଭାଇରଲ ହେଉଥିବା ଆପଣ ନିଶ୍ଚିତ ଦେଖିଥିବେ। ନିକଟରେ ଏମିତି ଏକ ଭିଡିଓ ଭାଇରଲ ହୋଇଛି। ଯାହା ୨୦୧୮ ମସିହାର। ଯେଉଁଥିରେ ଦିଲ୍ଲୀ ଏୟାରପୋର୍ଟରେ ଏକ ମାଙ୍କଡ ବୁଫେ ପାର୍ଟିର ମଜା ନେଉଥିବା ନଜର ଆସିଛି। ଏହି ଭିଡିଓକୁ ଦେଖି ଆପଣ ହୁଏତ ନିଜ ହସକୁ ରୋକିପାରିବେ ନାହିଁ। ମାଙ୍କଡର ଏପରି କାରନାମା ସମସ୍ତଙ୍କ ମନକୁ ବେଶ ଛୁଇଁଛି।

ଭିଡିଓରେ ଦିଲ୍ଲୀର ଇନ୍ଦିରା ଗାନ୍ଧି ଇଣ୍ଟରନ୍ଯାସନାଲ ଏୟାରପୋର୍ଟର ଏୟାର ଇଣ୍ଡିଆ ଲାଉଞ୍ଜରେ ମାଙ୍କଡ ବସି ଆରାମରେ ବୁଫେ ପାର୍ଟିର ମଜା ନେଇଥିବା ନଜର ଆସିଛି। ଭିଡିଓ ପୁରୁଣା ହୋଇଥିବା ସତ୍ତ୍ବେ ଇଣ୍ଟରନେଟରେ ଏବେ ଅପଲୋଡ ହେବା ପରେ ଭାଇରଲ ହେଉଛି। ଏହି ଭିଡିଓ ଜେନା କାର୍ଟିସ ନାମକ ଜଣେ ବିଦେଶୀ କ୍ଯାମେରାରେ କଏଦ କରିଛନ୍ତି।

ସବୁଠାରୁ ମଜା କଥା ହେଲା, ମାଙ୍କଡ ବୁଫେରେ ବସି ଏତେ ଖାଇବା ପରେ ମଧ୍ୟ ଗଲାବେଳେ ସାଙ୍ଗରେ କଦଳୀ ନେଇ ଯିବାର ଦେଖିବାକୁ ମିଳିଥିଲା।

video courtsey: ViralHog

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.