Below header

ଭୁବନେଶ୍ୱର: ପୋଖରୀପୁଟ ମଧୂସୁଦନ ପାର୍କ ନିକଟରେ ଜଳିଗଲା ୮ଟି ଉଠାଦୋକାନ

କେନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱରରେ ପୋଖରୀପୁଟ ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ।  ପୋଖରୀପୁଟ ଅଞ୍ଚଳରେ ଥିବା ମଧୂସୁଦନ ପାର୍କ ନିକଟରେ ଜଳିଗଲା ୮ଟି ଦୋକାନ । କେଉଁ କାରଣରୁ ନିଆଁ ଲାଗିଛି ତାହା  ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।

ତେବେ ସର୍ଟ ସର୍କିଟ କିମ୍ବା ଅଳିଆ ପୋଡ଼ିବା  ସମୟରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ସେହିପରି କ୍ଷୟକ୍ଷତିର ଆକଳନ ମଧ୍ୟ ଏଯାବତ କରାଯାଇ ପାରିନାହିଁ। ଘଟଣା ସ୍ଥଳରେ ୨ଟି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି।କିନ୍ତୁ କେଉଁ କାରଣରୁ ନିଆଁ ଲାଗିଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ  ଜଣାପଡି ନାହିଁ।  ଦୋକାନ ଗୁଡିକରେ ଲକ୍ଷାଧିକ ଟଙ୍କାର ଫଳ ପନିପରିବା ରହିଥିଲା । ଯାହା ବର୍ତ୍ତମାନ ସମ୍ପୂର୍ଣ୍ଣ  ଜଳିପୋଡି ପାଉଁଶ ହୋଇଯାଇଛି। ଏହା ଉପରେ ନିର୍ଭରଶୀଳ ଥିବା ଲୋକମାନେ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ପଡିଛନ୍ତି।  ଏପଟେ  କରୋନା ପାଇଁ ଲକଡାଉନ ତା ପରେ  ପୁଣି ବେପାର ସବୁକୁ ନିଆଁ ଗ୍ରାସ କରିଦେଇଛି। ଯାହା  ଫଳରେ ଭାଙ୍ଗି ପଡିଛନ୍ତି  ଏହି  ଦୋକାନ ଉପରେ ନିର୍ଭର କରି କୁଟମ୍ବ ପୋଷୁଥିବା  ବେପାରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.