Below header

ଓଡ଼ିଶା ଗସ୍ତରେ କୋଲକାତାରେ ଅବସ୍ଥାପିତ ବ୍ରିଟିଶ ଡେପୁଟୀ ହାଇକମିଶନର ବ୍ରୁଶ୍‌ ବକ୍‌ନେଲ୍‌

ଭୁବନେଶ୍ବର(କେନ୍ୟୁଜ୍): ଓଡ଼ିଶା ଗସ୍ତରେ ଆସିଛନ୍ତି କୋଲକାତାରେ ଅବସ୍ଥାପିତ ବ୍ରିଟିଶ ଡେପୁଟୀ ହାଇକମିଶନର ବ୍ରୁଶ୍‌ ବକ୍‌ନେଲ୍‌ । ଏହି ଅବସରରେ ସେ କଳିଙ୍ଗ ଟିଭି ପରିଦର୍ଶନ କରିଛନ୍ତି । କଳିଙ୍ଗ ଟିଭିର କାର୍ଯ୍ୟ ପ୍ରଣାଳୀ ସଂପର୍କରେ ସେ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ବିଭିନ୍ନ କ୍ଷେତ୍ରରେ ବ୍ରିଟେନ୍‌ ଓ ଭାରତ ମଧ୍ୟରେ ବଢୁଥିବା ସଂପର୍କ ଦୃଷ୍ଟିରୁ ବ୍ରୁଶ୍‌ ବକ୍‌ନେଲ୍‌ଙ୍କ ଯଥେଷ୍ଟ ଗୁରୁତ୍ୱ ରହିଛି । ବିଶେଷ କରି ଯେହେତୁ ସେ କୋଲକାତାରେ ଅବସ୍ଥାପିତ ଅଛନ୍ତି, ତେଣୁ ଓଡ଼ିଶାର ସାମଜିକ, ଆର୍ଥିକ ସ୍ଥିତି ସହ ପରମ୍ପରା ଓ ସଂସ୍କୃତି ସହିତ କିଭଳି ଇଂଲଣ୍ଡବାସୀଙ୍କ ଭାବର ଆଦାନ ପ୍ରଦାନ ହୋଇପାରିବ, ସେ ବାବଦରେ ପ୍ରୟାସରତ ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.