ମୋବାଇଲ ରିଚାର୍ଜ ପାଇଁ ବ୍ୟବହାର କରନ୍ତୁ ପ୍ଲାଷ୍ଟିକ ବୋତଲ, ଜାଣନ୍ତୁ କିପରି

ଦେଶରେ ପ୍ଲାଷ୍ଟିକର ବ୍ୟବହାର ଦିନକୁ ଦିନ ବଢ଼ିବାରେ ଲାଗିଛି I ଯାହାର ପ୍ରଭାବରେ ଆମ ପରିବେଶ ଦୂଷିତ ହେବାରେ ଲାଗିଛି I ଏଥିମଧ୍ୟରେ ସବୁଠାରୁ ଅଧିକ ପ୍ଲାଷ୍ଟିକ ବୋତଲ ରହିଛି ଯାହାର ବ୍ୟବହାର ଅଧିକାଂଶ ଘରେ କିମ୍ବା ଅଫିସରେ କରାଯାଇଥାଏ I ଭାରତ ସରକାର ପ୍ଲାଷ୍ଟିକର ବ୍ୟବହାର ଉପରେ ରୋକ ଲଗାଇବା ପାଇଁ ଅନେକ ପଦକ୍ଷେପ ନେଇ ସାରିଛନ୍ତି I ଏହାକୁ ନଜରରେ ରଖି ବର୍ତ୍ତମାନ ଭାରତୀୟ ରେଳ ବିଭାଗ ଯାତ୍ରୀ ମାନଙ୍କୁ ବୋତଲ ନଷ୍ଟ କରିବା ଦ୍ୱାରା ମାଗଣାରେ ରିଚାର୍ଜ ସେବା ଯୋଗାଇଦେବ I

Related image

ସୂଚନା ଅନୁଯାୟୀ ଯେଉଁମାନେ ପ୍ଲାଷ୍ଟିକ ବୋତଲକୁ ନଷ୍ଟ କରୁଥିବା ମେସିନର ଅଧିକ ବ୍ୟବହାର କରିବେ ଭାରତୀୟ ରେଳ ବିଭାଗ ସେମାନଙ୍କର ମାଗଣାରେ ମୋବାଇଲ ରିଚାର୍ଜ କରିଦେବ I ସ୍ୱତନ୍ତ୍ରତା ଦିବସ ଅବସରରେ ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ପ୍ଲାଷ୍ଟିକର ବ୍ୟବହାର କମ କରିବା ପାଇଁ ଅନୁରୋଧ କରିଥିଲେ I ନିକଟରେ ରେଳ ବିଭାଗ ଘୋଷଣା କରିଛି ଯେ ୨ ଅକ୍ଟୋବର ପରଠାରୁ ଏକ ପ୍ଲାଷ୍ଟିକ ବୋତଲର ବ୍ୟବହାର ମାତ୍ର ଥରେ କରାଯିବ ଏବଂ ଏହାପରେ ତାକୁ ବ୍ୟବହାର କରାଯିବ ନାହିଁ I

Image result for /indian-railway-recharge-mobile-phones-for-passengers-by-plastic-bottle-crushes

ଭାରତୀୟ ରେଳ ବିଭାଗର ମୁଖ୍ୟ ଅଧିକାରୀଙ୍କ କହିବା ଅନୁଯାୟୀ ରେଲୱେ ପ୍ଲାଷ୍ଟିକର ବ୍ୟବହାର କମ କରିବା ପାଇଁ ଦେଶର ସମସ୍ତ ଷ୍ଟେସନରେ ପ୍ରାୟ ୪୦୦ରୁ ଅଧିକ ମେସିନର ଲଗାଇବ I ଭାରତୀୟ ରେଳ ବିଭାଗର ଏହି ଲାଭ ଉଠାଇବା ପାଇଁ ଲୋକ ମାନଙ୍କୁ ନିଜର ମୋବାଇଲ ନମ୍ବର ମେସିନରେ ଏଣ୍ଟର କରିବାକୁ ପଡିବ ଆଉ ତାପରେ ବୋତଲକୁ ନଷ୍ଟ କରିବାକୁ ପଡିବ I ଏହାପରେ ଆପଣଙ୍କ ମୋବାଇଲ ରିଚାର୍ଜ ହୋଇଯିବ I

ଏହାସହ ପଢନ୍ତୁ ସ୍ମାର୍ଟଫୋନ ପାଇଁ ମହିଳା ମାନଙ୍କ ବେକରେ ଦେଖାଦେଉଛି ଏହି ସମସ୍ୟା, ଗବେଷଣାରୁ ଜଣାପଡିଲା ଏପରି ଆଶ୍ଚର୍ଯ୍ୟକର ତଥ୍ୟ

ବର୍ତ୍ତମାନ ପର୍ଯ୍ୟନ୍ତ ଏହି ବିଷୟରେ ଅଧିକ ସୂଚନା ମିଳିପାରି ନାହିଁ କି କେତେ ଟଙ୍କାର ରିଚାର୍ଜ ହେବ I ସୂଚନା ଅନୁଯାୟୀ ନିକଟରେ ଭାରତୀୟ ରେଳ ବିଭାଗ ୧୨୮ଟି ଷ୍ଟେସନରେ ୧୬୦ଟି ମେସିନ ଲଗାଇ ସାରିଛି I ଏହା ବ୍ୟତୀତ ରେଳ କର୍ମଚାରୀମାନଙ୍କୁ ପ୍ଲାଷ୍ଟିକ ବୋତଲକୁ ଜମା କରିବା ପାଇଁ ଏବଂ ରିସାଇକେଲ କରାଇବା ପାଇଁ ଆଦେଶ ଦିଆଯାଇଛି I

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.