ଜମ୍ମୁ କଶ୍ମୀର ପ୍ରସଙ୍ଗରେ ଚାରିଆଡୁ ନିରାଶ ହେବା ପରେ ସତ ମାନୁଛି ପାକିସ୍ତାନ, ଜାଣନ୍ତୁ କ’ଣ କହିଲେ ଏହି ପାକିସ୍ତାନୀ ମନ୍ତ୍ରୀ
ବିଶ୍ୱ ସମୁଦାୟରେ ଏକଘରିଆ ପାକିସ୍ତାନ। ଆଉ ଏହାକୁ ସ୍ୱୀକାର କରିଛନ୍ତି ପାକିସ୍ତାନ ମନ୍ତ୍ରୀ ଏଜାଜ ଅହମ୍ମଦ ଖାନ। ଜମ୍ମୁ କଶ୍ମୀର ପ୍ରସଙ୍ଗକୁ ବିଭିନ୍ନ ଦେଶ ସହ ଜାତିସଂଘରେ ବାରମ୍ବାର ଉଠାଇବା ପରେ ଚାରିଆଡୁ ନିରାଶ ହୋଇଛି ପାକିସ୍ତାନ। ଭାରତ ଉପରେ ଦୋଷ ଲଦୁଥିବା ବେଳେ ଜମ୍ମୁ କଶ୍ମୀର ଭାରତର ଆଭ୍ୟନ୍ତରୀଣ ମାମଲା ବୋଲି ସମସ୍ତେ ସ୍ପଷ୍ଟ କରିଛନ୍ତି। ଏଜାଜ ଅହମ୍ମଦ କହିଛନ୍ତି, ପାକିସ୍ତାନର କଥା ବିଶ୍ୱର କୌଣସି ରାଷ୍ଟ୍ର କେହି ଶୁଣୁନାହାନ୍ତି । ଆଉ ଯିଏ ଶୁଣୁଛି, ସେ ବିଶ୍ୱାସ କରୁନାହିଁ । ଏଥିପାଇଁ ସେ ଦେଶର ପୂର୍ବତନ ନେତାମାନଙ୍କୁ ଦାୟୀ କରିଛନ୍ତି। ପୂର୍ବରୁ ଏଭଳି ଭାବେ ପ୍ରସଙ୍ଗ ସୃଷ୍ଟି କରାଯାଇଛି ଯେ ଆଜିଯାଏ ପାକିସ୍ତାନ ଅବିଶ୍ୱାସର ବଳୟରେ ରହିଛି। ଏଥିରେ ପାଇଁ ସେ ପୂର୍ବତନ ରାଷ୍ଟ୍ରପତି ଜିଆ ଉଲ ହକ୍, ପର୍ଭେଜ ମୁସାରଫଙ୍କ ଠାରୁ ଆରମ୍ଭ କରି ଇମ୍ରାନ ଖାନଙ୍କୁ ଦୋଷାରୋପ କରିଛନ୍ତି। ଏକ ଘରୋଇ ଟିଭି ଚ୍ୟାନେଲକୁ ସାକ୍ଷାତକାର ବେଳେ ସେ ହଫିଜ ସୟିଦକୁ ସାହେବ ବୋଲି ସମ୍ବୋଧନ ମଧ୍ୟ କରିଛନ୍ତି।