ପ୍ରଭାସଙ୍କ ପାଇଁ ପାଗଳାମୀ, ମୋବାଇଲ ଟାଓ୍ଵାର ଉପରେ ଚଢ଼ି ଫ୍ୟାନ୍‌ କହିଲେ ସୁଇସାଇଡ୍‌ କରିଦେବି !

ପ୍ରଭାସଙ୍କ ପାଇଁ ଫ୍ୟାନ୍ସଙ୍କ ପାଗଳାମି ତ ଆପଣମାନେ ଜାଣିଥିବେ। କିନ୍ତୁ ନିକଟରେ ଜଣେ ଫ୍ୟାନ ଏମିତି କାମ କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ତେଲେଙ୍ଗାନାର ଜଣେ ଫ୍ୟାନ୍‌ ପ୍ରଭାସଙ୍କ ପାଇଁ ମୋବାଇଲ ଟାଓ୍ଵାର ଉପରକୁ ଚଢ଼ିଗଲେ। ରିପୋର୍ଟ ଅନୁଯାୟୀ ପ୍ରଭାସ ଯଦି ସେହି ବ୍ୟକ୍ତିଙ୍କୁ ଭେଟିବାକୁ ନ ଆସିବେ ତେବେ ସେ ଟାଓ୍ଵାରରୁ ଡେଇଁ ଆତ୍ମହତ୍ୟାର ଧମକ ଦେଇଛନ୍ତି। ସେହି ଫ୍ୟାନଙ୍କର ଡିମାଣ୍ଡ ଏୟା ଯେ ପ୍ରଭାସଙ୍କୁୁ ସେହି ସ୍ଥାନକୁ ଆଣାଯାଉ।

ସ୍ଥାନୀୟ ଲୋକ ଏବଂ ଅଧିକାରୀଙ୍କ କହିବାକଥା ଯେ ସେ ତଳକୁ ଉହ୍ଲାଇବା ପାଇଁ ମନା କରୁଥିଲେ। ସବୁ ଲୋକ ତାଙ୍କୁ ବୁଝେଇ ଆଣିବାକୁ ବହୁତ ଚେଷ୍ଟା କରିଥିଲେ। କିନ୍ତୁ ସେ ଆଦୌ ବି ମାନିବା ପାଇଁ ପ୍ରସ୍ତୁତ ନଥିଲେ। ପ୍ରଶାସନ ଏହାର ସୂଚନା ପ୍ରଭାସଙ୍କୁ ଦେଇଛନ୍ତି କି ନାହିଁ ଏହାର କୌଣସି ସୂଚନା ମିଳିନାହିଁ।

ଏହାସହ ପଢନ୍ତୁ : ‘କୁଲି ନମ୍ବର ଓ୍ଵାନ’ ସୁଟିଂ ସେଟରେ ଲାଗିଲା ନିଆଁ, ଜାଣନ୍ତୁ କେମିତି ଅଛନ୍ତି ସାରା ଏବଂ ବରୁଣ

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ପ୍ରଭାସଙ୍କ ପାଇଁ ଫ୍ୟାନଙ୍କର ପାଗଳାମି ଏହା ପ୍ରଥମ ଘଟଣା ନୁହେଁ। ବାହୁବଲୀ ରିଲିଜ୍‌ ପରେ ତାଙ୍କର ଏତେ ଫ୍ୟାନ୍‌ ଫଲୋଇଂ ହୋଇଯାଇଥିଲା ଯେ ତାଙ୍କୁ ବିବାହ ପାଇଁ ପ୍ରସ୍ତାବ ମଧ୍ୟ ଆସିଥିଲା। ସାଉଥ୍‌ ଇଣ୍ଡଷ୍ଟ୍ରୀରେ ପ୍ରଭାସ ଆରମ୍ଭରୁ ହିଁ ପପୁଲାର ଅଛନ୍ତି ସତ କିନ୍ତୁ ବାହୁବଲୀ ତାଙ୍କୁ ଦେଶ ସାରା ଲୋକପ୍ରିୟ କରାଇଦେଲା। ଏହି କାରଣରୁ ତାଙ୍କ ଫିଲ୍ମ ସାହୋ ଦୁନିଆରେ ଦଶ ଦିନ ମଧ୍ୟରେ ୪୦୦ କୋଟି ଟଙ୍କା କମାଇ କରିସାାରିଲାଣି। ଫିଲ୍ମ ସାହୋରେ ସେ ଶ୍ରଦ୍ଧା କପୁରଙ୍କ ସହିତ ନଜର ଆସିଛନ୍ତି।