Below header

ଦୁର୍ଘଟଣାକୁ ନେଇ ଉତ୍ତେଜନା : ବସ୍‌ ଧକ୍କାରେ ଡାକ୍ତର ମୃତ

ଭୁବନେଶ୍ୱର : ଦୁର୍ଘଟଣାକୁ ନେଇ ଉତ୍ତେଜନା। ଭୁବନେଶ୍ୱର ଓମଫେଡ ଛକ ନିକଟରେ ବସ୍‌ ଧକ୍କାରେ ଜଣେ ଡାକ୍ତରଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଡାକ୍ତର ବସନ୍ତ ରାଉତ। ବସନ୍ତ ରାସ୍ତା ପାର୍‌ ହେଉଥିବା ବେଳେ ଏକ ବସ୍‌ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାକୁ ନେଇ ଉତ୍ତେଜନା ଦେଖାଦେବା ସହ ଉତ୍ୟକ୍ତ ଲୋକେ ବସ୍‌କୁ ଭଙ୍ଗାରୁଜା କରିଥିଲେ। ଦୁର୍ଘଟଣା ପରେ ଡ୍ରାଇଭର  ହେଲପର ଫେରାର ହୋଇଯାଇଛନ୍ତି। ପୋଲିସ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.