ହନୁମାନ ଜୟନ୍ତୀ ପାଇଁ କେନ୍ଦ୍ରର ନିର୍ଦ୍ଦେଶ: ସବୁ ରାଜ୍ୟକୁ ସତର୍କ ରହିବାକୁ କହିଲେ ଗୃହ ମନ୍ତ୍ରାଳୟ
ହନୁମାନ ଜୟନ୍ତୀ ପାଇଁ କେନ୍ଦ୍ରର ସତର୍କତା। ପ୍ରସ୍ତୁତ ରହିବାକୁ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦେଇଛି ଗୃହ ମନ୍ତ୍ରାଳୟ। ସମସ୍ତ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବାକୁ ପରାମର୍ଶ ଦିଆଯାଇଛି।ଯେଉଁ ସ୍ଥାନରେ ୧୪୪ ଜାରି ହୋଇଛି ସେ ସ୍ଥାନରେ ଶୋଭାଯାତ୍ରା ପାଇଁ ଅନୁମତି ନଦେବାକୁ ସରକାରଙ୍କୁ କହିଛନ୍ତି କୋର୍ଟ।

(କେନ୍ୟୁଜ): ହନୁମାନ ଜୟନ୍ତୀ ପାଇଁ କେନ୍ଦ୍ରର ସତର୍କତା। ପ୍ରସ୍ତୁତ ରହିବାକୁ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦେଇଛି ଗୃହ ମନ୍ତ୍ରାଳୟ। ସମସ୍ତ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବାକୁ ପରାମର୍ଶ ଦିଆଯାଇଛି। ରାମ ନବମୀ ଶୋଭାଯାତ୍ରାରେ ପଶ୍ଚିମବଙ୍ଗ, ବିହାର ସମେତ ଅନେକ ରାଜ୍ୟରେ ହିଂସା ଉପୁଜୁଥିଲା, ତେଣୁ ହନୁମାନ ଜୟନ୍ତୀ ପାଇଁ ଆଗୁଆ ସର୍ତକତା କରାଇଛନ୍ତି ଗୃହ ମନ୍ତ୍ରାଳୟ । କୌଣସି ରାଜ୍ୟରେ ଯେଭଳି ସାମ୍ପ୍ରଦିକ ହିଂସା ନ ହୁଏ ସେଥିପାଇଁ କଡା ନିର୍ଦ୍ଦେଶ ଦିଆଯାଇଛି ।
ପର୍ବକୁ ଶାନ୍ତିପୂର୍ଣ୍ଣ ପାଳନ ସହ କୌଣସି ସାମ୍ପ୍ରଦାୟିକ ସଦ୍ଭାବନା ଯେପରି କ୍ଷୁର୍ଣ୍ଣ ନହୁଏ ତା ଉପରେ ନଜର ରଖିବାକୁ ଗୃହ ମନ୍ତ୍ରାଳୟ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦେଇଛି। ହନୁମାନ ଜୟନ୍ତୀ ପାଇଁ କୋଲକାତାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଯେଉଁ ସ୍ଥାନରେ ୧୪୪ ଜାରି ହୋଇଛି ସେ ସ୍ଥାନରେ ଶୋଭାଯାତ୍ରା ପାଇଁ ଅନୁମତି ନଦେବାକୁ ସରକାରଙ୍କୁ କହିଛନ୍ତି କୋର୍ଟ।
ସେପଟେ କଲିକତା ହାଇକୋର୍ଟ ହନୁମାନ ଜୟନ୍ତୀରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ମମତା ସରକାରଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବଭଳି ଯେମିତି ଅପ୍ରିତିକର ପରିସ୍ଥିତି ନଉପୁଜେ ସେଥିପାଇଁ ସାବଧାନ କରାଇଛନ୍ତି ।