ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ : ଜାତୀୟ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (କେ ନ୍ୟୁଜ୍) : ଆଉ କିଛି ସମୟ ପରେ ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବରେ ଜାତୀୟ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ମୁତୟନ ହୋଇଛନ୍ତି ୩୦ ପ୍ଲାଟୁନ୍ ଫୋର୍ସ । ୧୫୦ଜଣ ବରିଷ୍ଠ ପୋଲିସ ଅଧିକାରୀ ସୁରକ୍ଷାର ତଦାରଖ କରୁଛନ୍ତି । ପରେଡ୍ ସ୍ଥଳ ଉପରେ ନଜର ରଖିଛି ସିସି କ୍ୟାମେରା । ଚଳିତବର୍ଷ ପରେଡରେ ୩୯ଟି ଟ୍ରୁପ୍ ଅଂଶଗ୍ରହଣ କରୁଛନ୍ତି । ନୂଆଦଳ ଭାବେ ପଶ୍ଚିମବଙ୍ଗ ପୋଲିସ ଓ ମର୍ଚାଣ୍ଟ ନ୍ୟାଭି ଭାଗ ନେବେ । ରାଜ୍ୟସ୍ତରୀୟ ପରେଡ୍ରେ ପୋଲିସ, ଟ୍ରାଫିକ୍ ଓ ଅଗ୍ନିଶମ ବାହିନୀର କର୍ମଚାରୀ ସାମିଲ ହେଉଛନ୍ତି । ମହାତ୍ମା ଗାନ୍ଧୀ ମାର୍ଗର ଉଭୟ ପାର୍ଶ୍ୱରେ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.