Below header

ଆଜି ଗଞ୍ଜାମର ସବୁ ସରପଞ୍ଚଙ୍କ ସହ କଥା ହେବେ ମୁଖ୍ୟମନ୍ତ୍ରୀ, ପଞ୍ଚାତୟ ସ୍ତରରେ କରୋନା ମୁକାବିଲାର କରିବେ ସମୀକ୍ଷା

ଗଂଜାମ: ଆଜି ଗଂଜାମ ଜିଲ୍ଲାର ସବୁ ସରପଞ୍ଚଙ୍କ ସହ କଥା ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଞ୍ଚାତୟ ସ୍ତରରେ କିଭଳି କରୋନା ମୁକାବିଲା ଚାଲିଛି ତାର ସମୀକ୍ଷା କରିବେ । ଭିଡିଓ କନଫରେନ୍‌ସିଂ ଜରିଆରେ ଅପରାହ୍‌ଣ ୫ଟା ବେଳେ ମୁଖ୍ୟମନ୍ତ୍ରୀ କଥା ହେବେ । ଅନ୍ୟପଟେ ଗଞ୍ଜାମ ଜିଲ୍ଲାରେ ଆକ୍ଟିଭ୍‌ ମାମଲା କମିବାରେ ଲାଗିଛି ।

ବଢୁଛି ସୁସ୍ଥ ହାର । ୮୨.୨୪ ପ୍ରତିଶତ ରୋଗୀ ସୁସ୍ଥ ହୋଇ ସାରିଲେଣି । ଗଞ୍ଜାମ ଜିଲ୍ଲାର ୮୩ ପ୍ରତିଶତ ଗାଁ ଏବେ ଗ୍ରୀନ୍‌ ଜୋନ୍‌ରେ ରହିଛି । ୩ ହଜାର ୧୫୫ଟି ଗାଁରେ ସର୍ଭେ ହୋଇଥିଲା । ଏଥିରୁ ୨ ହଜାର ୬୧୭ଟି ଗାଁ ଗ୍ରୀନ୍‌ ଜୋନରେ ଥିବା ବେଳେ ରେଡ୍‌ ଜେନ୍‌ରେ ୫୮୩ଟି ଗାଁ ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.