Below header

ଚିଲିକା ମଧ୍ୟରେ ନୌକାବିହାର କଲେ ମହାବାହୁ, କଙ୍କଣ ଶିଖରୀରେ ଗୁଣ୍ଡିଚାଯାତ୍ରା ପାଳିତ

ଟାଙ୍ଗୀ(କେନ୍ୟୁଜ୍) : ଚିଲିକା ବ୍ଳକ ନଇରୀ ବ୍ଳକ ସ୍ଥିତ ଶ୍ରୀ ଜଗନ୍ନାଥଙ୍କର ଲୀଳାକ୍ଷେତ୍ରରେ ରହିଛି କଙ୍କଣ ଶିଖରୀ। ସେଠାରେ ଆଜି ମହାଆଡମ୍ବରରେ ନୀଆରା ଭାବେ ପାଳିତ ହୋଇଯାଇଛି ରଥଯାତ୍ରା। ଏହି କ୍ଷେତ୍ର ଚିଲିକାର ମଧ୍ୟରେ ରହିଥିବା ଏକ ଦ୍ବୀପରେ ଅବସ୍ଥିତ। ଏଠାରେ ତିନି ଠାକୁରଙ୍କ ପରିକ୍ରମା ନିଆରା ଢ଼ଙ୍ଗରେ କରାଯାଇଥାଏ।

ନୌକାରେ ମହାପ୍ରଭୁଙ୍କୁ ରଥାରୁଢ଼ କରି ଦ୍ବିପ ଚାରିପଟେ ତିନିଥର ପରିକ୍ରମା କରାଯାଇଥାଏ। ଏଥି ସମୟରେ ଘଣ୍ଟ, କାହାଳ ଏବଂ ମ୍ରୁଦଙ୍ଗ ଶବ୍ଦରେ କମ୍ପମାନ ହୋଇଉଠେ ସାରା ଚିଲିକା। ଏହି ଅବସରରେ ଏକ ଭଜନ ସମାରୋହ ସହ ସମ୍ବର୍ନ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥାଏ। ଉକ୍ତ ରଥଯାତ୍ରାରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ। ଏନେଇ ପୋଲିସ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.