Below header

ଦୀପାବଳି ପାଇଁ କମୁଛି ଦୀପ ବିକ୍ରି, ବଢୁଛି କ୍ୟାଣ୍ଡେଲ ଓ ଇଲେକ୍ଟ୍ରି ଲାଇଟର କ୍ରେଜ୍

ଆଉ ଦୁଇ ଦିନ ପରେ ଆଲୋକର ପର୍ବ ଦୀପାବଳି। ସେଥିପାଇଁ ଦୀପ କାରିଗର ମାନେ ତିଆରି କରୁଛନ୍ତି ଦୀପ। ହେଲେ ଆଗ ଅପେକ୍ଷା ଦୀପ ବିକ୍ରି ହେଉ ନଥିବା ବେଳେ ଚିନ୍ତାରେ ଦୀପ କାରିଗର। ବିକ୍ରି ଭଲ ହେଉ ନଥିବା ବେଳେ କେମିତି ନିଜର ପରିବାର ପ୍ରତିପୋଷଣ କରିବେ ତାହା ଏବେ ଚିନ୍ତାରେ।

ଉଦଳା(କେନ୍ୟୁଜ୍): ଆଉ ଦୁଇ ଦିନ ପରେ ଆଲୋକର ପର୍ବ ଦୀପାବଳି। ସେଥିପାଇଁ ଦୀପ କାରିଗର ମାନେ ତିଆରି କରୁଛନ୍ତି ଦୀପ। ହେଲେ ଆଗ ଅପେକ୍ଷା ଦୀପ ବିକ୍ରି ହେଉ ନଥିବା ବେଳେ ଚିନ୍ତାରେ ଦୀପ କାରିଗର। ବିକ୍ରି ଭଲ ହେଉ ନଥିବା ବେଳେ କେମିତି ନିଜର ପରିବାର ପ୍ରତିପୋଷଣ କରିବେ ତାହା ଏବେ ଚିନ୍ତାରେ।

ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକର ଏ ହେଉଛି ପହଣ୍ଡା ଗ୍ରାମ । ଏହି ଗ୍ରାମ ରେ ୪୦ ରୁ ଊର୍ଦ୍ଧ୍ବ କୁମ୍ଭକାର ପରିବାର ବସବାସ କରନ୍ତି। ଏ ମାନଙ୍କ ମୁଖ୍ୟ ଜୀବିକା ମାଟି ରେ ବିଭିନ୍ନ ପ୍ରକାର ଜିନିଷ ତିଆରି କରିବା। ଆଗକୁ ଦୀପାବଳି ଥିବାରୁ ଗାଁ ରେ କୁମ୍ଭକାର ପରିବାର ମାନେ ଲାଗି ପଡିଛନ୍ତି ଦୀପ ତିଆରି କରିବାରେ। ଗାଁ ରେ ମହିଳା ଓ ପୁରୁଷ ମାନେ ନିଜର ଜୀବିକା କୁ ନିଜର ବୃତ୍ତି ଭାବେ ଗ୍ରହଣ କରିଛନ୍ତି । ଆଉ ଦୀପାବଳି ଦିନ କେଇଟା ଥିବାବେଳେ ମାଟିରେ ଦୀପ ତିଆରି କରିବାରେ ଲାଗି ପଡିଛନ୍ତି।

mati

ନିଜର ପୂର୍ବ ପୁରୁଷ ମାନେ ମାଟି ରେ ବିଭିନ୍ନ ପ୍ରକାର ଜିନିଷ ତିଆରି କରୁଥିଲେ ତେବେ ଏହି କୌଳିକ ବୃତ୍ତି କୁ ବଞ୍ଚାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି। କିଏ ଦ୍ଵୀପ ତିଆରି କରୁଛି ତ ଆଉ କିଏ ମାଟି ରେ ଘୋଡ଼ା ଓ ହାଣ୍ଡି ଆଟିକା ତିଆରି କରୁଛନ୍ତି। ଏହା କୁ ତିଆରି କରି ଉଦଳା ହାଟରେ ବିକ୍ରି କରି କିଛି ରୋଜଗାର କରିଥାନ୍ତି।

ଏହି କୁମ୍ଭକାର ପରିବାର ମାନେ ମାଟିର ମଣିଷ ଭାବେ ପରିଚିତ। ତେବେ କିଛି ବର୍ଷ ହେବ ଏହି କୁମ୍ଭକାର ପରିବାର ଙ୍କ ମାଟି ରେ ତିଆରି ଜିନିଷ ବିକ୍ରି ହେଉ ନଥିବା କହିଛନ୍ତି। ମାଟି ର ଜିନିଷ ଅପେକ୍ଷା ଲୋକେ ଆଧୁନିକତା ଜିନିଷ କୁ ପସନ୍ଦ କରୁଛନ୍ତି। ଏବେ ସିଲଭର ଓ ଷ୍ଟିଲ ଜିନିଷ ବାହାରୁଥିବା ବେଳେ ଆଉ ମାଟି ଜିନିଷ କୁ ଆଦର କରୁନାହାନ୍ତି।

ହି ପରି କି ଦୀପାବଳିରେ ଦୀପ କୁ ଛାଡି ଲୋକ ମାନେ କ୍ୟାଣ୍ଡେଲ ଓ ଇଲେକ୍ଟ୍ରି ଲାଇଟ କୁ ବ୍ୟବହାର କରିବା ଦ୍ଵାରା ଦୀପ ବିକ୍ରି କୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ତେବେ କିଛି କୁମ୍ଭକାର ପରିବାର ନିଜର କୌଳିକ ବୃତ୍ତି ଛାଡ଼ିବାକୁ ବସିଲେଣି। ତେବେ ସରକାର ସେମାନଙ୍କୁ ପ୍ରୋତ୍ସାହନ ଯୋଗାଇଦେବା ପାଇଁ ନିବେଦନ କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.