ପ୍ରକୃତିର ଗନ୍ତାଘର ମୟୁରଭଞ୍ଜରେ ବଢୁଛି ଶୀତ, ୮ ଡିଗ୍ରୀକୁ ଖସିଲା ପାରଦ
ଖସୁଛି ପାରଦ ବଢୁଛି ଶୀତ, ବର୍ତ୍ତମାନ ସାରା ରାଜ୍ୟରେ ଶୀତର ଲହରି ଆରମ୍ଭ ହୋଇଥିବା ବେଳେ ମୟୁରଭଞ୍ଜ ଜିଲ୍ଲା ମଧ୍ୟ ଏଥିରୁ ବାଦ ପଡିନି । ଆଜି ମୟୁରଭଞ୍ଜ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀକୁ ଖସିଲା ।

କରଞ୍ଜିଆ (କେନ୍ୟୁଜ): ଖସୁଛି ପାରଦ ବଢୁଛି ଶୀତ, ବର୍ତ୍ତମାନ ସାରା ରାଜ୍ୟରେ ଶୀତର ଲହରି ଆରମ୍ଭ ହୋଇଥିବା ବେଳେ ମୟୁରଭଞ୍ଜ ଜିଲ୍ଲା ମଧ୍ୟ ଏଥିରୁ ବାଦ ପଡିନି । ଆଜି ମୟୁରଭଞ୍ଜ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀକୁ ଖସିଲା । ଶିମିଳିପାଳ ଅଭୟାରଣ୍ୟର ଉପର ବାରାକାମୁଡାରେ ତାପମାତ୍ରା ୮ ଡିଗ୍ରୀ ରେକର୍ଡ କରାଯାଇଛି । ଶୀତ ଲହରୀ ସାଙ୍ଗକୁ ତୁଷାରପାତ ହେବାର ସମ୍ଭାବନା ରହିଛି ।
ଆଗକୁ ତାପମାତ୍ରା ଆହୁରି କମିବ ବୋଲି ପାଣିପାଗ ପକ୍ଷରୁ କୁହାଯାଇଛି । ଶୀତରୁ ରକ୍ଷା ପାଇବା ପାଇଁ ଲୋକମାନେ ସକାଳେ ଏବ˚ ସନ୍ଧ୍ୟାରେ ନିଆଁ ପୁଇଁ ହେଉଥିବା ନଜରକୁ ଆସୁଛି ।