ଆଜି ଜିରୋନାଇଟରେ ଝୁମିବ ରାଜଧାନୀ, ସନ୍ଧ୍ୟା ୭ଟାରୁ ରାତି ୨ ଯାଏଁ କଡ଼ାକଡ଼ି ହେବ ବ୍ଲକଂ ଓ ଚେକିଂ

ନୂଆବର୍ଷକୁ ସ୍ବାଗତ କରିବା ପାଇଁ ସବୁଠି ଜୋରଦାର ପ୍ରସ୍ତୁତି। ଜିରୋ ନାଇଟ ସେଲିବ୍ରେସନ ପାଇଁ ବଢିଲାଣି ଉତ୍କଣ୍ଠା। ନୂଆବର୍ଷକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ପାଇଁ କମିସନରେଟ୍ ପୋଲିସ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି।

ଭୁବନେଶ୍ୱର (କେନ୍ୟୁଜ): ଆଉ କେଇ ଘଣ୍ଟାର ଅପେକ୍ଷା। ବିଦାୟ ନେବ ୨୦୨୩, ପାଦ ଥାପିବ ୨୦୨୪। ନୂଆବର୍ଷକୁ ସ୍ବାଗତ କରିବା ପାଇଁ ସବୁଠି ଜୋରଦାର ପ୍ରସ୍ତୁତି। ଜିରୋ ନାଇଟ ସେଲିବ୍ରେସନ ପାଇଁ ବଢିଲାଣି ଉତ୍କଣ୍ଠା। ବିଭିନ୍ନ ହୋଟେଲ ଓ ପବ୍ ମାନଙ୍କରେ ସ୍ବତନ୍ତ୍ର ଆୟୋଜନ କରାଯାଇଛି। ନୂଆବର୍ଷକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ପାଇଁ କମିସନରେଟ୍ ପୋଲିସ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି।

ଆଜି ସନ୍ଧ୍ୟା ୭ଟାରୁ ରାତି ୨ଟା ଯାଏଁ ରାଜଦାନୀରେ ବ୍ଲକିଂ ଓ ଚେକିଂ କଡ଼ାକଡ଼ି କରାଯିବ। ସହରର ଚିହ୍ନଟ ହୋଇଥିବା ୨୯ଟି ସ୍ଥାନରେ ନାକାବନ୍ଦୀ କରାଯିବ। ନିଶା ସେବନ କରି ଗାଡ଼ି ଚଳାଉଥିବା ବ୍ୟକ୍ତିଙ୍କୁ ଧରିବା ପାଇଁ ୧୮ଟି ସ୍ଥାନରେ ନାକାବନ୍ଦୀ କରି ୟାଞ୍ଚ କରାଯିବ। ସୁରକ୍ଷା ଲାଗି ୧୪ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବ। ମାଷ୍ଟକ୍ୟାଣ୍ଟିନ୍, କଳ୍ପନା, ଖମ୍ଡିଗିରି ଓ ରସୁଲଗଡ଼ ଭଳି ୪ଟି ସ୍ତାନରେ କୁଇକ ଆକ୍ସନ ଟିମ୍ ମୁତୟନ କରାଯିବ। ସେହିଭଳି ବାଣୀବିହାର, ନାଲକୋ ଓ ମାଷ୍ଟରକ୍ୟାଣ୍ଟିନରେ ୩ଟି ଷ୍ଟ୍ରାଇକିଂ ଫୋର୍ସ ନିୟୋଜିତ ହେବେ। ସେହିଭଳି ଜିରୋନାଇଟ୍ ସେଲିବ୍ରେସନ କରୁଥିବା ହୋଟେଲ ଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖାଯିବ।