ବିଦାୟ ନେଉଛି ୨୦୨୩ : ବର୍ଷର ଶେଷ ସୂର୍ଯ୍ୟ ଉଦୟ ଦେଖିବାକୁ ଚନ୍ଦ୍ରଭାଗା ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ଼

ବିଦାୟ ନେଉଛି ବର୍ଷ ୨୦୨୩ । ନୂଆ ବର୍ଷ ୨୦୨୪କୁ ସ୍ୱାଗତ କରିବା ପାଇଁ ସବୁଠୁ ପ୍ରସ୍ତୁତି ଆରମ୍ଭ ହେଲାଣି । ଆଜି ବର୍ଷର ଶେଷ ସୂର୍ଯ୍ୟୋଦୟ ଦେଖିଛନ୍ତି ଲୋକେ ।

କୋଣାର୍କ (କେନ୍ୟୁଜ): ବିଦାୟ ନେଉଛି ୨୦୨୩ । ନୂଆ ଆଶା, ଉଦ୍ଦୀପନା ନେଇ ପୁଣି ଆରମ୍ଭ ହେବ ନୂଆ ବର୍ଷ। ୨୦୨୪କୁ ସ୍ୱାଗତ କରିବା ପାଇଁ ସବୁଠୁ ପ୍ରସ୍ତୁତି ଆରମ୍ଭ ହେଲାଣି ଏବର୍ଷର ଶେଷ ସୂର୍ଯ୍ୟ ଉଦୟ ଦର୍ଶନ କରିବା ପାଇଁ ଚନ୍ଦ୍ରଭାଗା ବେଳାଭୂମିରେ ଶ୍ରଦ୍ଧାଳୁଙ୍କ ନାହିଁ ନଥିବା ଭିଡ଼ । ସମସ୍ତଙ୍କ ମନରେ ଗୋଟିଏ ଭାବନା ଯେ ଆସନ୍ତା ନବ ବର୍ଷ ସମସ୍ତଙ୍କ ପାଇଁ ସୁଖ ମୟ ହେଉ। କେହିକେହି ଶ୍ରଦ୍ଧାଳୁ ଦୀପ ଜାଳି ମହାପ୍ରଭୁ ସୂର୍ଯ୍ୟ ନାରାୟଣଙ୍କୁ ବନ୍ଦନା କରୁଛନ୍ତି । କେହି କେହି ଶ୍ରଦ୍ଧାଳୁ ମହାପ୍ରଭୁ ସୂର୍ଯ୍ୟ ନାରାୟଣଙ୍କୁ ନମସ୍କାର କରି ପରିବାରର ମଙ୍ଗଳ କାମନା କରୁଛନ୍ତି ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.