ସରକାର ଗଢ଼ିବାକୁ ଇଣ୍ଡିଆ ମେଣ୍ଟର ଯୋଜନା: ବୈଠକରେ ସବୁ ଦଳକୁ ସାମିଲ ହେବାକୁ ଖଡଗେଙ୍କ ଆହ୍ୱାନ

ନୂଆଦିଲ୍ଲୀ : ନିର୍ବାଚନ ଫଳାଫଳ ଆସିବା ପରେ ଦିଲ୍ଲୀରେ ନୂଆ ସରକାର ଗଢିବା ପାଇଁ କସରତ ଜୋରଦାର ହୋଇଛି । ଏନଡିଓ ଓ ଇଂଣ୍ଡିଆ ମେଣ୍ଟ ଏଥିପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ଏନଡିଏ ବୈଠକରେ ପ୍ରଧାନମନ୍ତ୍ରୀ ଭାବେ ମୋଦିଙ୍କ ନାମରେ ମୋହର ବାଜିଛି । ଗତକାଲି ପ୍ରଧାନମନ୍ତ୍ରୀ ପଦରୁ ମୋଦି ଇସ୍ତଫା ଦେଇଛନ୍ତି ମୋଦି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ଇସ୍ତଫା ଗ୍ରହଣ କରିବା ସହ ନୂଆ ସରକାର ଗଠନ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇବାକୁ ମୋଦିଙ୍କୁ ଅନୁରୋଧ କରିଛନ୍ତି । ଜୁନ୍‌ ୮ରେ ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି । ଦିଲ୍ଲୀରେ ଏନଡିଏ ସରକାର ଗଠନ ପାଇଁ ମନ୍ଥନ ଜୋରଦୋର ହୋଇଛି । ଲଗାତାର ତୃତୀୟ ଥର ଲାଗି ଏନଡିଏକୁ ବହୁମତ ମିଳିଛି । ଏନଡିଏ ୨୯୩ ଆସନରେ ବିଜୟୀ ହୋଇଛି । ତେବେ ତୃତୀୟ ଥର ଲାଗି ନିଜ ଦମରେ ସରକାର ଗଢିବାକୁ ଅସମର୍ଥ ହୋଇଛି ବିଜେପି ।

ଏନଡିଏ ମେଣ୍ଟର କିଛି ଅଂଶୀଦାର ଦଳଙ୍କୁ ନିଜ ପଟକୁ ଆଣିବା ସହ ମେଣ୍ଟରେ ନଥିବା ଅନ୍ୟ ରାଜନୈତିକ ଦଳଙ୍କୁ ନେଇ ସରକାର ଗଠନ କରିବାକୁ ଯୋଜନା ରଖିଛି। ଗତକାଲି ଏନଡିଏ ବୈଠକ ଏବଂ ଇଣ୍ଡିଆ ବ୍ଲକ୍ ବୈଠକ ବସିଥିଲା । ଇଣ୍ଡିଆ ବ୍ଲକ ବୈଠକ ପରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ୍ ଖଡଗେ ଆହ୍ବାନ ଦେଇଛନ୍ତି। ସମ ଭାବାପନ୍ନ ଦଳଙ୍କୁ ଇଣ୍ଡି ମେଣ୍ଟରେ ସାମିଲ ହେବାକୁ ଖଡଗେ ଅଫର୍ ଦେଇଛନ୍ତି। ବିରୋଧୀ ଇଣ୍ଡିଆ ବ୍ଲକ୍ ର ନେତାମାନେ ନୂଆଦିଲ୍ଲୀରେ କଂଗ୍ରେସ ମୁଖିଆଙ୍କ ବାସଭବନରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି। ସରକାର ଗଠନର ସମ୍ଭାବନା ତଥା ମିଳିତ ମଞ୍ଚର ଭବିଷ୍ୟତ ରଣନୀତି ନେଇ ଏଥିରେ ଆଲୋଚନା ହୋଇଥିଲା।

ବୈଠକରେ ରାହୁଲ ଗାନ୍ଧି, ସୋନିଆ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ସମେତ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ, ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ, ଡିଏମକେର ଟିଆର ବାଲୁ, ଜେଏମଏମର କଳ୍ପନା ସୋରେନ, ଏନସିପିର ଶରଦ ପାୱାର, ସୁପ୍ରିୟା ସୁଲେ, ସମାଜବାଦୀ ପାର୍ଟିର ଅଖିଲେଶ ଯାଦବ, ରାମ ଗୋପାଲ ବର୍ମା, ଟିଏମସିର ଅଭିଷେକ ବାନାର୍ଜୀ, ଆରଜେଡିର ତେଜସ୍ୱୀ ଯାଦବ, ଶିବସେନାର ସଞ୍ଜୟ ରାଉତ, ଅରବିନ୍ଦ ସାୱନ୍ତ, ଏନ୍‌ସିର ଓମାର ଅବଦୁଲ୍ଲା, ସିପିଆଇଏମର ସୀତାରାମ ୟେଚୁରୀ, ସିପିଆଇର ଡି ରାଜା, ଆପର ସଞ୍ଜୟ ସିଂହ, ରାଘବ ଚଡ୍ଡା ଓ ଆରଏସ୍‌ପିର ଏନକେ ପ୍ରେମଚନ୍ଦ୍ରନ ପ୍ରମୁଖ ଯୋଗ ଦେଇଥିଲେ।

Leave A Reply

Your email address will not be published.