Below header

ବରିଷ୍ଠ ନାଗରିକମାନଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇଛି କମିଶନରେଟ ପୋଲିସ, ଜରୁରୀ କାଳୀନ ସେବା ପାଇଁ ପ୍ରଦାନ ଦେଲା ଗାଇଡଲାଇନ୍‌ ବୁକ୍‌

କେନ୍ୟୁଜ(ବ୍ୟୁରୋ): କରୋନା ମୁକାବିଲା କରୁଛନ୍ତି ରାଜ୍ୟ ସରକାର । ରାଜ୍ୟବାସୀଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ଫୋକସ୍‌ରେ ବରିଷ୍ଠ ନାଗରିକଙ୍କ ସୁରକ୍ଷା । ସେମାନେ କିଭଳି ଘରୁ ପଦାକୁ ନବାହାରିବେ, ସେମାନଙ୍କ ଅତ୍ୟାବଶକ ଜିନିଷ କିଭଳି ତାଙ୍କ ପାଖରେ ପହଞ୍ଚିବ ସେନେଇ ବିଚାରବିମର୍ଶ ଚାଲିଥିବା ବେଳେ ଆଗକୁ ଆଗେଇଛି କମିଶନରେଟ ପୋଲିସ  । ଟୁଇନସିଟିରେ ଚିହ୍ନଟ ହୋଇଥିବା ସମସ୍ତ ବରିଷ୍ଠ ନାଗରିକଙ୍କୁ ବହି ବଣ୍ଟନ କରାଯାଇଛି । ସେଥିରେ ଜରୁରୀ କାଳୀନ ସେବାର ନମ୍ବର ଉପଲବ୍ଧ ରହିଛି ।

ଲକ୍‌ଡାଉନ୍‌ ପାଇଁ ସବୁ ଠପ୍‌ । ଯେଉଁଠି କରୋନା ରେଗୀ ଚିହ୍ନଟ ହେଉଛନ୍ତି ସେହି ଅଞ୍ଚଳକୁ ସିଲ କରୁଛନ୍ତି ସରକାର । ଏଭଳି ପରିସ୍ଥିତିରେ ବରିଷ୍ଠ ନାଗରିକମାନଙ୍କ ସୁରକ୍ଷାକୂୁ ଗୁରୁତ୍ୱ ଦେଇଛି କମିଶନରେଟ ପୋଲିସ । ଯେଉଁମାନେ କମିଶନରେଟ ପୋଲିସ ପାଖରେ ପଞ୍ଜିକରଣ କରିଛନ୍ତି, ସେମାନଙ୍କ ସୁରକ୍ଷା ଦାୟିତ୍ୱ ହାତକୁ ନେଇଛି ପୋଲିସ । ସେମାନେ କିଭଳି ଘରେ ରହି ସବୁ ସୁବିଧା ପାଇ ପାରିବେ, ସେନେଇ ଏକ ଗାଇଡଲାଇନ୍‌ ବୁକ୍‌ ପ୍ରସ୍ତୁତ ହୋଇଛି । ସେମାନେ କ’ଣ କରିବେ, କ’ଣ ନକରିବେ ତାହାର ସବିଶେଷ ତଥ୍ୟ ଉଲ୍ଲେଖ ରହିଛି । ଏହାସହ ସେହି ବହିରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇବାକୁ କିଛି ନମ୍ବର ଦିଆଯାଇଛି । ଘରେ ରହି ଫୋନ୍‌ କଲେ ସମସ୍ତ ଜିନିଷ ପାଇବାରିବେ ବରିଷ୍ଠ ନାଗରିକ ।

senior citizen1

ନଜର ପକାନ୍ତୁ କମିଶନରେଟ ପୋଲିସର ଏହି ଗାଇଡଲାଇନ୍‌ ଉପରେ । ଅତି ଆବଶ୍ୟକ ନଥିଲେ ଘରୁ ପଦାକୁ ନବାହାରିବାକୁ କୁହାଯାଇଛି । ଅନ୍ୟମାନେ ବ୍ୟବହାର କରୁଥିବା ତଉଲିଆ କିମ୍ବା କପଡା ବ୍ୟବହାର କରନ୍ତୁ ନାହିଁ । ଅତି ଜରୁରୀ କାମରେ ପଦାକୁ ବାହାରିଲେ ମାସ୍କ କିମ୍ବା ରୁମାଲ ଲଗାନ୍ତୁ । ବରିଷ୍ଠ ନାଗରିକ ମାନେ ନିଜ ପରିବାର ସତସ୍ୟ ଠାରୁ ୨ମିଟର ସାମାଜିକ ବ୍ୟବଧାନ ରଖନ୍ତୁ । ଘରେ ଯୋଗ, ବ୍ୟାୟାମ ଆଦି କରନ୍ତୁ ।
ସବୁ ସମୟରେ ବରିଷ୍ଠ ନାଗରିକ ମାନଙ୍କ ସୁରକ୍ଷାକୁ ଗୁରତ୍ୱ ଦେଇଛି କମିଶନରେଟ ପୋଲିସ । ଆଉ କରୋନା ମୁକାବିଲା ସମୟରେ ପୋଲିସର ଏଭଳି ପଦକ୍ଷେପକୁ ପ୍ରଶଂସା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.