Below header

ଚାକିରି ଦେବା ନାଁରେ ଠକେଇ ମାମଲା: ମାଷ୍ଟର ମାଇଣ୍ଡ କାହ୍ନୁ ଚରଣ ପ୍ରଧାନକୁ ଗିରଫ କଲା ଏସଟିଏଫ

ଚାକିରି ଦେବା ନାଁରେ ଠକେଇ ମାମଲାର ମାଷ୍ଟର ମାଇଣ୍ଡ କାହ୍ନୁ ଚରଣ ପ୍ରଧାନକୁ ଗିରଫ କଲା କ୍ରାଇମବ୍ରାଞ୍ଚ ଏସଟିଏଫ । ନିଜକୁ ସୂଚନା ଅଧିକାର କର୍ମୀ କହି ଲୋକଙ୍କୁ ଠକୁଥିଲା । ପୂର୍ବରୁ ଏହି ଘଟଣାରେ ବ୍ରହ୍ମପୁରର କିଶୋର ମିଶ୍ରଙ୍କୁ ଶୁକ୍ରବାର ଗିରଫ କରାଯାଇଥିଲା।

ଭୁବନେଶ୍ୱର (କେନ୍ୟୁଜ): ଚାକିରି ଦେବା ନାଁରେ ଠକେଇ ମାମଲାର ମାଷ୍ଟର ମାଇଣ୍ଡ କାହ୍ନୁ ଚରଣ ପ୍ରଧାନକୁ ଗିରଫ କଲା କ୍ରାଇମବ୍ରାଞ୍ଚ ଏସଟିଏଫ । ନିଜକୁ ସୂଚନା ଅଧିକାର କର୍ମୀ କହି ଲୋକଙ୍କୁ ଠକୁଥିଲା । ପୂର୍ବରୁ ଏହି ଘଟଣାରେ ବ୍ରହ୍ମପୁରର କିଶୋର ମିଶ୍ରଙ୍କୁ ଶୁକ୍ରବାର ଗିରଫ କରାଯାଇଥିଲା।

ଅଢେଇ ବର୍ଷ ମଧ୍ୟରେ ଦୁଇ ଠକ କୋରାପୁଟରେ ବିଭିନ୍ନ ଲୋକଙ୍କୁ ଠକିଥିବା ଅଭିଯୋଗ ହୋଇଛି । କାହାକୁ ଚାକିରି ଦେବାକୁ କହି ଟଙ୍କା ନେଇଛନ୍ତି ତ କାହାକୁ ଟ୍ରାନ୍ସଫର କରି ଦେବାକୁ କହି ନେଇଥିଲେ। କେତେବେଳେ ନିଜକୁ ଆଇ ଆଣ୍ଡ ପିଆର ବିଭାଗର ବରିଷ୍ଠ ଅଧିକାରୀ କହୁଥିଲେ ତ ଆଉ କେତେବେଳେ ସୂଚନା ଅଧିକାର କର୍ମୀ ଭାବରେ ପରିଚୟ ଦେଉଥିଲେ । ଏପରିକି ସରକାରୀ କର୍ମଚାରୀଙ୍କୁ ବ୍ଲାକମେଲ କରୁଥିଲେ ନକଲି ଆର୍ଟିଆଇ କର୍ମୀ । ଲୋକଙ୍କୁ ଡରାଇ ଧମକାଇ କୋଟି କୋଟି ଟଙ୍କା ରୋଜଗାର କରୁଥିଲେ ।

ସୂଚନା ଅନୁସାରେ କୋରାପୁଟ ବସଷ୍ଟାଣ୍ଡରେ ନକଲି ଆଇକାର୍ଡ଼ ପକାଇ ବୁଲୁଥିଲେ ଆଗରୁ ଗିରଫ ହୋଇଥିବା କିଶୋର ମିଶ୍ର । ପୋଲିସର ସନ୍ଦେହ ହେବାକୁ ହେପାଜତକୁ ନିଆଯିବା ପରେ ତାଙ୍କ ଠାରୁ I&PR ନକଲି ଆଇକାର୍ଡ଼ ପାଇଥିଲା ପୋଲିସ । କୋରାପୁଟ ଟାଉନ ଥାନା ପୋଲିସ ଚିଠି ଲେଖି STF କୁ ଏ ସମ୍ପର୍କରେ ଅବଗତ କରିଥିଲା ।
କାହ୍ନୁଚରଣଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କା ଟ୍ରାଞ୍ଜାକ୍ସନ ହୋଇଛି । ଅଭିଯୁକ୍ତ ନିକଟରୁ କିଛି ବ୍ୟାଙ୍କ ପାସବୁକ ଓ ଏଟିଏମ କାର୍ଡ ଜବତ ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.