ଶୋଇଥିବାବେଳେ ଓଠକୁ କାମୁଡ଼ା ଦେଲା ସାପ, ୭ ମାସର ଶିଶୁ କନ୍ୟାର ମୃତ୍ୟୁ

ମାଆ ପାଖରେ ଶୋଇଥିବାବେଳେ ଚାଲିଗଲା ଜୀବନ। ସାପ କାମୁଡ଼ାରେ ୭ ମାସର ଶିଶୁ କନ୍ୟାର ମୃତ୍ୟୁ। ଆନନ୍ଦପୁର ଜିଲ୍ଲା ଟମକା ଥାନା ଗୋପପୁର ଗାଁରେ ଏହି ଦୁଃଖଦ ଘଟଣା ଘଟିଛି।

ଆନନ୍ଦପୁର (କେନ୍ୟୁଜ): ମାଆ ପାଖରେ ଶୋଇଥିବାବେଳେ ଚାଲିଗଲା ଜୀବନ। ସାପ କାମୁଡ଼ାରେ ୭ ମାସର ଶିଶୁ କନ୍ୟାର ମୃତ୍ୟୁ। ଆନନ୍ଦପୁର ଜିଲ୍ଲା ଟମକା ଥାନା ଗୋପପୁର ଗାଁରେ ଏହି ଦୁଃଖଦ ଘଟଣା ଘଟିଛି। ରଘୁନାଥ ଲୋହାରଙ୍କ ସ୍ତ୍ରୀ ଓ ୭ ମାସର ଝିଅ ଶୋଇଥିବାବେଳେ ଏକ ସାପ କୁନି ଝିଅର ଓଠକୁ କାମୁଡି ଦେଇଥିଲା। ଶିଶୁ କନ୍ୟାଟି ଝୋରରେ କାନ୍ଦିବାରୁ ମାଆ ଉଠି ଦେଖିବାବେଳେ ସାପ ଝିଅର ଓଠକୁ କାମୁଡି ଧରିଛି। ତୁରନ୍ତ ପରିବାର ଲୋକେ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଶିଶୁ କନ୍ୟାକୁ ମୃତ ଘୋଷଣା କରିଥିଲେ ଡାକ୍ତର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.