ବ୍ୟାଙ୍କ ଋଣ ସୁଝି ପାରୁ ନାହାନ୍ତି ବଲିଉଡ ଅଭିନେତା ସନ୍ନି ଦେୱଲ, ନିଲାମ ହେବ ମୁମ୍ବାଇର ଜୁହୁରେ ଥିବା ବଙ୍ଗଳା

ଋଣ ଖିଲାପ କରିଥିବାରୁ ଶେଷରେ ନିଲାମ ହେବ ସନ୍ନି ଦେୱଲଙ୍କ ବଙ୍ଗଳା । ନିଲାମ ହେବ ମୁମ୍ବାଇର ଜୁହୁରେ ଥିବା ବଙ୍ଗଳା । ସେପ୍ଟେମ୍ବର ୨୫ରେ ଇ-ଅକ୍ସନ ଡକାଯିବ । ଏଥିପାଇଁ ବିଜ୍ଞାପନ ଜାରି କରିଛନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ । ସନ୍ନି ଦେୱଲ ଜୁହୁରେ ଥିବା ବଙ୍ଗଳା ପାଇଁ ବ୍ୟାଙ୍କ ଅଫ୍ ବରୋଦାରୁ ଋଣ ନେଇଥିଲେ ।

ବ୍ୟାଙ୍କ ଋଣ ସୁଝି ପାରୁ ନାହାନ୍ତି ବଲିଉଡ ଅଭିନେତା ସନ୍ନି ଦେୱଲ । ଋଣ ପରିମାଣ ବଢୁଛି । ଋଣ ଖିଲାପ କରିଥିବାରୁ ଶେଷରେ ନିଲାମ ହେବ ସନ୍ନି ଦେୱଲଙ୍କ ବଙ୍ଗଳା । ନିଲାମ ହେବ ମୁମ୍ବାଇର ଜୁହୁରେ ଥିବା ବଙ୍ଗଳା । ସେପ୍ଟେମ୍ବର ୨୫ରେ ଇ-ଅକ୍ସନ ଡକାଯିବ । ଏଥିପାଇଁ ବିଜ୍ଞାପନ ଜାରି କରିଛନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ । ସନ୍ନି ଦେୱଲ ଜୁହୁରେ ଥିବା ବଙ୍ଗଳା ପାଇଁ ବ୍ୟାଙ୍କ ଅଫ୍ ବରୋଦାରୁ ଋଣ ନେଇଥିଲେ ।

୫୫କୋଟି ୯୯ଲକ୍ଷ ୮୦ହଜାର ଟଙ୍କାର ଋଣ ନେଇଥିଲେ ସନ୍ନି । ସେ ନିଜେ ଏଥିରେ ଗ୍ୟାରେଣ୍ଟର ଥିଲେ । ସନି ଦେଓଲ ଏହି ବଙ୍ଗଳାରେ ନିଜର ଅଫିସ ଚଳାଇଥିଲେ । ୮୦ଦଶକରେ ବଙ୍ଗଳାଟି ତିଆରି ହୋଇଛି । ଋଣ ପରିଶୋଧ କରିପାରିନଥିବାରୁ ଏବେ ନିଲାମ ହେବାକୁ ଯାଉଛି ବଙ୍ଗଳାଟି । ଏବେ ଗଦର ୨ର ସଫଳତା ପାଇଁ ଚର୍ଚ୍ଚାରେ ଅଛନ୍ତି ସନ୍ନି ଦେଓଲ । ଫିଲ୍ମଟି ବକ୍ସଅଫିସରେ ରେକର୍ଡ ତୋଡ୍ ବିଜନେସ କରୁଛି ।

‘ଗଦର ୨’ ପ୍ରଥମ ଦିନରେ ହିଁ ୪୦.୧୦ କୋଟି ରୋଜଗାର କରିଥିଲା । ଏହା ସହ ‘ଗଦର ୨’ ୨୦୨୩ ର ମେଗା ବ୍ଲକବଷ୍ଟର ଫିଲ୍ମ ‘ପଠାନ’ ଓ ‘ବାହୁବଲୀ’ ର ରେକର୍ଡ ଭାଙ୍ଗିଛି । ୨୦୦୧ରେ ଆସିଥିବା ଫିଲ୍ମ ‘ଗଦର ଏକ ପ୍ରେମ କଥା’ ର ଦ୍ୱିତୀୟ ଭାଗ  ‘ଗଦର ୨’ ଗତ କିଛି ଦିନ ତଳେ ସିନେମା ହଲ୍‌ରେ ରିଲିଜ୍‌ ହୋଇଛି । ୨୨ ବର୍ଷ ପରେ ପୁଣି ଏହି ଫିଲ୍ମକୁ ଦର୍ଶକଙ୍କ ଭରପୁର ଭଲ ପାଇବା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.