ରୁଷିଆର ମିଶନ ମୁନ୍କୁ ଝଟ୍କା, କ୍ରାସ୍ ହେଲା ‘ଲୁନା-୨୫’
ରୁଷ୍ର ମୁନ୍ ମିଶନ ‘ଲୁନା-୨୫’ ବିଫଳ। ଚନ୍ଦ୍ରର ପୃଷ୍ଠ ସହିତ ଧକ୍କା ହୋଇ ବିଫଳ ହୋଇଛି ଲୁନା-୨୫।

ରୁଷ୍ର ମୁନ୍ ମିଶନ ‘ଲୁନା-୨୫’ ବିଫଳ। ଚନ୍ଦ୍ରର ପୃଷ୍ଠ ସହିତ ଧକ୍କା ହୋଇ ବିଫଳ ହୋଇଛି ଲୁନା-୨୫। ରୁଷ୍ ୫୦ ବର୍ଷ ପରେ ଦ୍ୱିତୀୟ ଥର ମୁନ୍ ମିଶନ ଲଞ୍ଚ୍ କରିଥିଲା। ଅଗଷ୍ଟ ୨୧ରେ ଏହା ଚନ୍ଦ୍ରର ପୃଷ୍ଠରେ ଅବତରଣ କରିବାର ଥିଲା।
କିନ୍ତୁ ବର୍ତ୍ତମାନ ରୋସ୍କୋସ୍ମୋସ୍ ଅନୁସାରେ, ଲୁନା-୨୫ ଷ୍ଟେସନ ଚନ୍ଦ୍ର ସହିତ ଧକ୍କା ହୋଇଯିବାରୁ ମିଶନ ଫେଲ୍ ମାରିଛି। ଲ୍ୟାଣ୍ଡିଂର କିଛି ସମୟ ପୂର୍ବରୁ କ୍ରାସ୍ ହୋଇଛି ଲୁନା-୨୫। ଅଗଷ୍ଟ ୧୧ରେ ରୁଷ୍ ଲୁନ୍-୨୫କୁ ଲଞ୍ଚ୍ କରିଥିଲା।
ରୋସ୍କୋସ୍ମୋସ୍ର ମୁଖ୍ୟ ୟୁରୀ ବୋରିସୋଭ ଜୁନ୍ ମାସରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ କହିଥିଲେ ଯେ ଚନ୍ଦ୍ର ମିଶନ ବିପଦରେ ପରିପୂର୍ଣ୍ଣ ହୋଇଥାଏ। ଏହାର ସଫଳତାର ସମ୍ଭାବନା ପ୍ରାୟ ୭୦ ପ୍ରତିଶତ।
ଭାରତର ମୁନ୍ ମିଶନ ଚନ୍ଦ୍ରଯାନ-୩ ସହିତ ରୁଷ୍ର ଲୁନା-୨୫ ମଧ୍ୟ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବାକୁ ଆଗକୁ ବଢ଼ୁଥିଲା। ହେଲେ ଏହି ସମୟରେ ଅଗଷ୍ଟ ୧୯ରେ ଲୁନା-୨୫ରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଏହି କାରଣରୁ ସମସ୍ୟା ଉପୁଜିଥିଲା।
Russia’s Luna-25 spacecraft has crashed into the moon, reports Germany’s DW News citing space corporation Roskosmos pic.twitter.com/ZtxYkFHUp2
— ANI (@ANI) August 20, 2023