ମନାଲିରୁ ଖାରଡୁଙ୍ଗାଲା ସାଇକେଲ ଯାତ୍ରା

ଭୁବନେଶ୍ୱର : ଦୁଃସାହସିକ ସାଇକେଲ ଯାତ୍ରା । ଭୁବନେଶ୍ୱର ସାଇକେଲିଂ ଆଣ୍ଡ ଆଡଭେଞ୍ଚର କ୍ଲବ ପକ୍ଷରୁ ଆୟୋଜିତ ହୋଇଛି ୧୧ ଦିନିଆ ସାଇକେଲ ଯାତ୍ରା । ଏହି ଯାତ୍ରାରେ ସାଇକେଲ ଆରୋହୀମାନେ ମନାଲିରୁ ଖାରଡୁଙ୍ଗାଲା ଯିବେ । ଏହି ୧୩ ସାଇକେଲ ଚାଳକ ପାଖାପାଖି ୫୫୦ କିଲୋମିଟର ଅତିକ୍ରମ କରିବେ । ଏଥିପାଇଁ ସୁରକ୍ଷାର ସମସ୍ତ ଦିଗ ପ୍ରତି ଧ୍ୟାନ ଦିଆଯାଇଛି । ଏହି ଯାତ୍ରା ଏକ ପ୍ରଦୂଷଣ ମୁକ୍ତ ସମାଜ ଗଠନରେ ସହାୟକ ହେବ ବୋଲି କହିଛନ୍ତି କ୍ଲବର ସଭାପତି ଆଇପିଏସ୍ ସଞ୍ଜୀବ ପଣ୍ଡା ।

Leave A Reply

Your email address will not be published.