Below header

ଟିଉସନ୍‌ ଯାଉଥିବା ସମୟରେ ଅଘଟଣ, ନବମ ଶ୍ରେଣୀ ଛାତ୍ରୀଙ୍କୁ ଭୁଜାଲିରେ ଆକ୍ରମଣ

ବାଲେଶ୍ୱର (କେନ୍ୟୁଜ) : ନବମ ଶ୍ରେଣୀ ଛାତ୍ରୀଙ୍କୁ ଭୁଜାଲିରେ ଆକ୍ରମଣ । ଟିଉସନ ଯାଉଥିବା ସମୟରେ ଆକ୍ରମଣ ହୋଇଛି। ବାଲେଶ୍ଵର ଜିଲ୍ଲା ଖଇରା ଥାନା ଜଳଦା ପଞ୍ଚାୟତ ତୁଟ ଗାଁର ଛାତ୍ରୀ ଟିଉସନ ଯାଉଥିଲେ । ତୁଟପଦାଠାରେ ଗାଁର ଜଣେ ଯୁବକ ତାଙ୍କୁ ଭୁଜାଲି ଆକ୍ରମଣ କରିଥିଲା । କିଛି ଦିନ ପୂର୍ବରୁ ଯୁବକ ତାକୁ ପ୍ରେମ ନିବେଦନ କରିଥିବା ଜଣାପଡିଛି। ଏହାକୁ ଛାତ୍ରୀ ଓ ପରିବାର ଲୋକ ପ୍ରତିବାଦ କରିବାରୁ ଯୁବକ ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି। ଯୁବକଙ୍କ ଫେରାର ଥିବା ସୂଚନା ମିଳିଛି। ସେପଟେ ଗୁରୁତର ଛାତ୍ରୀଙ୍କୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.