Below header

ହାନି ହେଉଛି ଅଟୋ ଚାଳକଙ୍କ ମାନ ସମ୍ମାନ: ଜୋର୍‌ ଧରିଲା ଟୁଙ୍ଗୁର, ବର୍ଷାଙ୍କ ଗିରଫ ଦାବି

ଭୁବନେଶ୍ବର(କେନ୍ୟୁଜ୍): ସ୍ମାର୍ଟ ସିଟି ଅନ୍‌ଲାଇନ୍‌ ଅଟୋ ଗ୍ରୁପ୍‌ର ପ୍ରତ୍ୟେକ ଚାଳକ ନିଜକୁ ସମାଜସେବା କ୍ଷେତ୍ରରେ ଉତ୍ସର୍ଗ କରିଛନ୍ତି। ରୋଗୀର ରକ୍ତ ଦରକାର ହେଲେ ରକ୍ତଦାନ କରିଛନ୍ତି, ହଜି ଯାଇଥିବା ଜିନିଷକୁ ଲୋକଙ୍କୁ ଫେରାଇଛନ୍ତି। ହେଲେ ଆଲବମ୍‌ ତିଆରି କରିଥିବା ବ୍ୟକ୍ତିଙ୍କୁ କ’ଣ ଖାଲି ଟୁଙ୍ଗୁର ଭୋଳ ଦେଖା ଗଲା ? ଏଭଳି କିଛି ପ୍ରଶ୍ନ କରିଛନ୍ତି ସ୍ମାର୍ଟ ସିଟି ଅନ୍‌ଲାଇନ୍‌ ଅଟୋ ଗ୍ରୁପ୍‌ର କର୍ମକର୍ତ୍ତା।

ଅଟୋଚାଳକ ଟୁଙ୍ଗୁର ଭୋଳ ଓ ବର୍ଷାଙ୍କୁ ନେଇ ଜୋର୍‌ ଧରିଲା ବିବାଦ। ଏହି ଦୁଇ ଜଣଙ୍କ ସମ୍ପର୍କକୁ ନେଇ ସୋସିଆଲ ମିଡିଆରେ ଅନେକ ଭିଡିଓ ପୋଷ୍ଟ କରାଯାଉଛି। ଏମିତିକି ମ୍ୟୁଜିକ୍‌ ଆଲବମ୍‌ ମଧ୍ୟ ପ୍ରସ୍ତୁତ ହେଉଛି। ଯାହାକୁ ନେଇ ଆପତ୍ତି ଉଠାଇଛନ୍ତି ସ୍ମାର୍ଟ ସିଟି ଅନ୍‌ଲାଇନ୍‌ ଅଟୋ ଗ୍ରୁପ୍‌ର କର୍ମକର୍ତ୍ତା। ଜଣେ ଅଟୋ ଚାଳକର ବ୍ୟକ୍ତିଗତ ସମସ୍ୟାକୁ ନେଇ ଯେଉଁ ଭଳି ଗୀତ ମୋବାଇଲ୍‌କୁ ମୋବାଇଲ୍‌ ଘୂରି ବୁଲୁଛି, ତାହାଦ୍ବାରା ଅଟୋଚାଳକଙ୍କ ମାନ ସମ୍ମାନ ହାନି ହେଉଛି।

ଏକ ପ୍ରେସ୍‌ ବିବୃତ୍ତିରେ ସଂଘ କହିଛି, ସବୁ ଅଟୋ ଚାଳକ ସମାନ ନୁହନ୍ତି। ଓଡ଼ିଶାର ‌ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପାଇଁ ଯାଉଛନ୍ତି। ଏହା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। ଯଦି ଗୀତ କରିବାର ଅଛି ତେବେ ତାଙ୍କ ଉପରେ ଭଲ ଗୀତ କରାଯାଉ। କିନ୍ତୁ ଜଣେ ଚରିତ୍ରହୀନ ବ୍ୟକ୍ତିକୁ ସୋସିଆଲ୍‌ ମିଡିଆରେ ହାଇଲାଇଟ୍‌ କରି ରାତାରାତି ଷ୍ଟାର୍‌ ବନାଇବାକୁ ଅପଚେଷ୍ଟା କରାଯାଉଛି। ଏହି ଆଲବମ୍‌ ନିର୍ମାତାମାନେ ଓଡ଼ିଆ ଭାଷା ଓ ଓଡ଼ିଆ ଜାତି ପାଇଁ କଳଙ୍କିତ ଅଧ୍ୟାୟ ସୃଷ୍ଟି କରୁଥିବା କହି କଡ଼ା ଭାଷାରେ ନିନ୍ଦା କରିଛନ୍ତି।

ଏଣୁ ସମାଜ ଉପରେ କୁପ୍ରଭାବ ପକାଉଥିବା ଆଲବମ୍‌ ଭିଡିଓ ଗୁଡ଼ିକ ବନ୍ଦ କରିବାକୁ ଦାବି କରିବା ସହ ଟୁଙ୍ଗୁର ଭୋଳ ଓ ବର୍ଷାଙ୍କୁ ଯଦି ଗିରଫ କରାନଗଲେ, ରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.