Below header

ତାଳଚେର ସହର ସାରା ପୌରପାଳିକା ନିର୍ବାହୀ ଅଧିକାରିଣୀ ଓ ଅନୁଗୁଳ ପୌରପାଳିକା ଅଧିକାରୀଙ୍କ ଅଶ୍ଳୀଳ ପୋଷ୍ଟର

ତାଳଚେର (କେନ୍ୟୁଜ୍): ତାଳଚେର ପୌରପାଳିକା ନିର୍ବାହୀ ଅଧିକାରିଣୀ ଥାନାର ଦ୍ୱାରସ୍ଥ । କେହି ଦୁର୍ବୃତ୍ତ ତାଙ୍କ ନାମରେ ଅଶ୍ଳୀଳ ପୋଷ୍ଟର ତାଳଚେର ସହର ସାରା ବିଛାଇ ତାଙ୍କୁ ବଦନାମ କରିଥିବା ସେ ଅଭିଯୋଗ କରିଛନ୍ତି ।

ସୂଚନା ଅନୁସାରେ ଗତକାଲି ସହରର ଉପଜିଲ୍ଲାପାଳ କାର୍ଯ୍ଯାଳୟ , କୋର୍ଟ ପରିସର , ବଜାର ଆଦିରେ ଏକ ପ୍ରକାର ପୋଷ୍ଟର ବିଛା ଯାଇଥିଲା । ଯେଉଁଥିରେ ର୍ନିବାହୀ ଅଧିକାରିଣୀ ରଶ୍ମିରେଖା ଅମାନ୍ତଙ୍କ ନାମ ସହ ଅନୁଗୁଳ ପୌରପାଳିକା ଅଧିକାରୀଙ୍କ ନାମ ଯୋଡି ଅଶ୍ଳୀଳ କଥା ଲେଖା ଯାଇଥିଲା । ଉଭୟଙ୍କ ଫଟୋ ମଧ୍ୟ ସେଥିରେ ଲଗା ଯାଇଥିଲା ।

ଯାହାକୁ ନେଇ ତାଳଚେର ଥାନାରେ ଏତଲା ଦେଇଛନ୍ତି ନିର୍ବାହୀ ଅଧିକାରିଣୀ ରଶ୍ମିରେଖା ଅମାନ୍ତ । ତାଙ୍କୁ ଜାତିଆଣ ଆକ୍ଷେପ କରିବା ସହ ତାଙ୍କୁ ବଦନାମ କରାଯାଇଛି ବୋଲି ସେ ଅଭିଯୋଗ କରିବା ସହ ଦୋଷୀ ବିରୁଦ୍ଧରେ କାର୍ଯ୍ଯାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.