Below header

ଗର୍ଭବତୀ କରୋନା ଆକ୍ରାନ୍ତ ମହିଳାଙ୍କୁ ଲାଇଫ୍‌ସପୋର୍ଟ ଆମ୍ବୁଲାନ୍ସ ଯୋଗାଇଲେ ଜିଲ୍ଲାପାଳ, ସହଯୋଗ କଲେ ଅଭିନେତା ସବ୍ୟସାଚୀ

କୋରାପୁଟ : କରୋନା ଆକ୍ରାନ୍ତ ଗର୍ଭବତୀ ମହିଳାଙ୍କ ଚିକିତ୍ସା ପାଇଁ ଲାଇଫ୍‌ସପୋର୍ଟ ଆମ୍ବୁଲାନ୍ସ ଯୋଗାଇଲେ କୋରାପୁଟ ଜିଲ୍ଲାପାଳ। ସହଯୋଗର ହାତ ବଢାଇଲେ ଅଭିନେତା ସବ୍ୟସାଚୀ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ କରୋନା ଆକ୍ରାନ୍ତ ଗର୍ଭବତୀ ମହିଳାଙ୍କ ଚିକିତ୍ସା ଜାରି ରହିଛି। ଖୁବ୍‌ ଶୀଘ୍ର ସେ ସୁସ୍ଥ ହେବେ ବୋଲି ସବ୍ୟସାଚୀ ଆଶା ପ୍ରକଟ କରି ଟୁଇଟ୍‌ କରିଛନ୍ତି।

କୋରାପୁଟ ସହର ଗୌତମନଗର ବାସିନ୍ଦା ବିଶ୍ୱକଲ୍ୟାଣି ସାମଲଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି। ସହିଦ୍‌ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ହସ୍ପିଟାଲରେ ଗତ ୩ ରେ ଭର୍ତ୍ତି ହୋଇଥିଲେ। ୬ତାରିଖରେ ମେଡିକାଲରୁ ଡିସଚାର୍ଯ କରାଯାଇଥିଲା। ସେ ୬ ମାସରେ ଗର୍ଭବତୀ ଅଛନ୍ତି। କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ମା ଓ ଗର୍ଭରେ ଥିବା ଶିଶୁର ଜୀବନ ପ୍ରତି ବିପଦ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.