ରଥଖଳାରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ, ୩ ରଥର ୩୩ ଚକ ଶେଷ

ପୁରୀ: ରଥଖଳାରେ ଜୋରସୋରରେ ଚାଲିଛି ରଥନିର୍ମାଣ କାର୍ଯ୍ୟ। ୩ ରଥର ୩୩ ଚକ ଶେଷ ହୋଇଛି। ଏବେ ରଥର ଉପରିଭାଗର କାର୍ଯ୍ୟ ଆରମ୍ଭ ହୋଇଛି। ବିଶ୍ୱକର୍ମା ମହାରଣାମାନେ ଚାରି ନାହାକା ହାଣୁଛନ୍ତି।

ଏଥିସହ ପୋଲଗୟଳ କାମ ଆରମ୍ଭ ହୋଇଛି। ଆଜି ଦଣ୍ଡା ଅନୁକୂଳ ହେବ। ରଥର ଓରା ଓ ଖମ୍ବି କାମ ଚାଲିଛି। ରଥରେ ୪ଟି ଲେଖାଏଁ ଓରା ଓ ୮ଟା ଲେଖାଏ ଖମ୍ବି ଲାଗିବ। ଏହା ରଥ ଭୂଇଁ ନିର୍ମାଣରେ ଲାଗିବ। ସ୍ନାନପୂର୍ଣ୍ଣିମାରେ ଅନୁକୂଳ ହେବ ଚାରି ନାହାକା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.