ଲୁଚିଛପି ବାହା ହେଲେ ରଣବୀରଙ୍କ ପ୍ରେମିକା, ଧରିଲେ ପୁରୁଣା ପ୍ରେମିକଙ୍କ ହାତ

ଗତ କିଛିଦିନ ହେଲାଣି ବଲିଉଡରେ ବିବାହ ଋତୁ ଚାଲିଛି। ନିକଟରେ ୟାମୀ ଗୌତମ ଲୁଚାଛପା ବିବାହ କରିଥିବା ବେଳେ ଏବେ ଆଉ ଜଣେ ବଲିଉଡ ଅଭିନେତ୍ରୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବଲିଉଡର ହଟ ଅଭିନେତ୍ରୀ ଏଭଲିନ୍ ଶର୍ମା ବୟଫ୍ରେଣ୍ଡ ତୁଷାନ୍ ଭିଣ୍ଡିଙ୍କ ହାତ ଧରିଛନ୍ତି। ବିବାହ ଫଟୋ ସେୟାର କରି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି ଏଭଲିନ୍। ଏଭଲିନ୍ ଦୀର୍ଘ ଦିନ ଧରି ଅଷ୍ଟ୍ରେଲୀୟ ଡେଣ୍ଟାଲ୍ ସର୍ଜନ ତୁଷାନ୍ ଭିଣ୍ଡିଙ୍କୁ ଡେଟ୍ କରୁଥିଲେ ଏବଂ ବର୍ତ୍ତମାନ ଦୁହେଁ ନିଜ ସମ୍ପର୍କକୁ ଏକ ନାଁ ଦେଇଛନ୍ତି।
ଏବଲିନ୍ ତୁଷାନ୍ ଭିଣ୍ଡିଙ୍କ ସହ ତାଙ୍କ ବିବାହର ଫଟୋ ସେୟାର କରିଛନ୍ତି। ଫଟୋ ସେୟାର କରିବା ସମୟରେ ଅଭିନେତ୍ରୀ କ୍ୟାପସନରେ ଲେଖିଛନ୍ତି – ‘ଫରଏଭର’ । ଉଭୟଙ୍କ ଫଟୋ ଉପରେ କମେଣ୍ଟ ଦେଇ ଫ୍ଯାନମାନେ ଅଭିନନ୍ଦନ ଜଣାଇଛନ୍ତି । ଏବଲିନ୍ ଏବଂ ତୁଷାନଙ୍କ ବିବାହରେ ପରିବାର ସଦସ୍ୟ ଏବଂ କେବଳ ଅଳ୍ପ କିଛି ଲୋକ ଉପସ୍ଥିତ ଥିଲେ ।
View this post on Instagram
କୁହାଯାଏ ଯେ, ସିଡନୀର ପ୍ରସିଦ୍ଧ ହାରବର୍ ବ୍ରିଜ୍ ଉପରେ ତୁଷାନ୍ ଏଭଲିନଙ୍କୁ ପ୍ରପୋଜ କରିଥିଲେ। ରୋମାଣ୍ଟିକ ଅନ୍ଦାଜରେ ଏଭଲିନଙ୍କ ପ୍ରିୟ ଗୀତ ସହିତ ପ୍ରପୋଜ କରିଥିଲେ । ଏଭଲିନଙ୍କୁ ଖୁସି କରିବା ପାଇଁ ତୁଷାନ ମଧ୍ୟ ଏକ ନୋଟ୍ ଲେଖିଥିଲେ । ଅଭିନେତ୍ରୀ ନିଜେ ତୁଷାନଙ୍କ ଏହି ରୋମାଣ୍ଟିକ ପ୍ରପୋଜଲକୁ ଖୁଲାସା କରିଥିଲେ।