Below header

ସଇତାନ ସାଜିଲା ଜନ୍ମ କଲା ବାପା, ନିଜ ଦୁଇ ଝିଅଙ୍କୁ ଦୁଷ୍କର୍ମ କରିବା ନେଇ ଥାନାରେ ଏତଲା ଦେଲା ମା

ଦିନକୁ ଦିନ ଏ ସମାଜ କ‘ଣ ପାଲଟୁଛି। ସମ୍ପର୍କକୁ ଭୁଲି ଲୋକ କିଛି କରିବାକୁ ପଛାଉନାହିଁ। ଏମିତିରେ ନିଜ ରକ୍ତକୁ ଧୋକା ଦେଲା ଜନ୍ମଦାତା । ଦକ୍ଷିଣ ଦିଲ୍ଲୀର ମାଲବୀୟ ନଗର ପୋଲିସ ଷ୍ଟେସନ ଅନ୍ତର୍ଗତ ମାଡଙ୍ଗୀର ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ନିଜ ନାବାଳିକା ଝିଅଙ୍କ ସହ ବାପା ଦୁଷ୍କର୍ମ କରିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ନାବାଳିକାଙ୍କ ମା । ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି ଯେ ପ, ର୍ବରୁ ସେ କେବଳ ତାଙ୍କ ସହ ଅସ୍ୱାଭାବିକ ଯୌନ ସମ୍ପର୍କ ରଖିଥିଲେ କିନ୍ତୁ ଏଥିରେ କୌଣସି ଅଭିଯୋଗ କରିନଥିଲେ ।

ମାତ୍ର ବର୍ତ୍ତମାନ ସେ ପିଲାମାନଙ୍କ ଉପରେ ଖରାପ ନଜର ରଖିବାରୁ ସେ ବାଧ୍ୟହୋଇ ଥାନାରେ ଏତଲା ଦେଇଛନ୍ତି । ପୀଡିତାଙ୍କ କହିବା ଅନୁଯାୟୀ, ୨୦୧୪ରେ ସେ ଅନୁପନ ଗାର୍ଡେନର ସୈନି ଫାର୍ମରେ ରହୁଥିବା ଜଣେ ଯୁବକଙ୍କ ସହ ତାଙ୍କ ବିବାହ ହୋଇଥିଲା । ପରେ ସେମାନଙ୍କର ୨ଟି ଝିଅ ଜନ୍ମ ନେଇଥିଲେ । ବାରମ୍ୱାର ମହିଳାଙ୍କ ସହ ଅପ୍ରାକୃତିକ ଭାବେ ସମ୍ପର୍କ ରଖିବା ସହ ମାରପିଟ ବି କରୁଥିଲା ବୋଲି ମହିଳା ଜଣଙ୍କ କହିଛନ୍ତି । ଏହା ପରେ ଧୀରେ ଧୀରେ ବାପାର ଆଖି ନିଜ ପିଲାମାନଙ୍କ ଉପରେ ପଡିଥିଲା । ଶେଷରେ ମାଆ ଉଭୟ ଝିଅଙ୍କୁ ନେଇ ବାପା ଘରକୁ ପଳାଇଯାଇଥିଲେ।

ଏହି ଘଟଣାକୁ କାହା ଆଗରେ ନଜଣାଇବାକୁ ପୀଡିତାର ସ୍ୱାମୀ ତାକୁ ଧମକ ଦେଉଥିଲା ଯେଉଁଥି ପାଇଁ ମହିଳା ଜଣଙ୍କ ଅଭିଯୋଗ କରୁନଥିଲେ । ଏହି ଘଟଣାକୁ ନେଇ ପୋଲିସକୁ ମିଳିଥିବା ଖବର ଅନୁଯାୟୀ ଉଭୟ ସ୍ୱାମୀ -ସ୍ତ୍ରୀଙ୍କ ମଧ୍ୟରେ ପୂର୍ବରୁ ବିବାଦ ଲାଗିରହିଥିଲା । ଏବେ ପୋଲିସ ଉଭୟ ଝିଅମାନଙ୍କ ବୟାନ ରେକର୍ଡ କରିବା ସହ ଏହି ମାମଲାର ତଦନ୍ତ ଚଳାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.