ପେନିସିଲ, ତୁଳୀ, ରଙ୍ଗ, କାନଭାସ ଧରି ଚିତ୍ର ମାଧ୍ଯମରେ ଏମିତି ବାର୍ତ୍ତା ଦେଲେ ଛାତ୍ରଛାତ୍ରୀ, ଏବେ ଛୁଟୁଛି ପ୍ରଶଂସା

ଖୋର୍ଦ୍ଧା: ବର୍ତ୍ତମାନ କରୋନା ପ୍ରଭାବରେ ଜାରି ରହିଛି ଲକ୍ ଡାଉନ ଯୋଗୁ । ଯାହାଫଳରେ ଜୀବନ ଜୀବିକା ଏକ ରକମର ଠପ୍ ହୋଇଯାଇଛି । ଯାହାର ପ୍ରଭାବ ବିଶେଷ ଭାବେ ଶିକ୍ଷା କ୍ଷେତ୍ର ପଡିଛି । ପ୍ରାୟ ବର୍ଷେରୁ ଉର୍ଦ୍ଧ୍ବ ସମୟ ହେଲାଣି ପିଲାମାନଙ୍କ ସ୍କୁଲ ଯିବା ବନ୍ଦ ହୋଇଯାଇଛି। ଘରେ ରହି ପିଲାମାନଙ୍କ ମାନସିକ ଅବସ୍ଥା ମଧ୍ୟ ବିଗୁଡୁଛି। ଅନଲାଇନ୍ ଶିକ୍ଷାର ସୁଯୋଗ ପ୍ରାୟତଃ ଛାତ୍ରଛାତ୍ରୀ ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି। ତଥାପି ଭବିଷ୍ଯତକୁ ନଜରରେ ରଖି ପିଲା ମାନେ ପାଠପଢା ଜାରି ରଖିଛନ୍ତି ।

କିନ୍ତୁ ତା ମଧ୍ୟରେ କିଛି ପିଲା ସମୟର ସଦୁପଯୋଗ କରିଛନ୍ତି । ଯେଉଁମାନଙ୍କ ମଧ୍ଯରେ କିଛି ଲୁକାୟିତ ପ୍ରତିଭା ରହିଥିଲା ତାହା ବିକଶିତ ହୋଇ ଲୋକଲୋଚନକୁ ଆସିଛି। ଏହାରି ଭିତରେ ସାମିଲ୍ ଅଛନ୍ତି ସିଗମା ପବ୍ଲିକ ସ୍କୁଲର କିଛି ଛାତ୍ରଛାତ୍ରୀ । ନିଜ ପେନିସିଲ, ତୁଳୀ, ରଙ୍ଗ, କାନଭାସ ଧରି ଚିତ୍ର ଆଙ୍କୁଛନ୍ତି। ଏଇ ଚିତ୍ର ମାଧ୍ୟମରେ ସେମାନେ ପରିବେଶ ସଚେତନତାର ବାର୍ତା ପ୍ରଦାନ କରିଛନ୍ତି। ଚିତ୍ର ମାଧ୍ଯମରେ କିଏ ଗଛ ଲଗାଯାଉଛି,ତ କେଉଁଠି ଗଛ ନ କାଟିବାକୁ ପରାମର୍ଶ ଦିଆଯାଉଛି, ପୁଣି କେଉଁଠି ନିର୍ମଳ ପରିବେଶ ପାଇଁ ବାର୍ତ୍ତା ପ୍ରଦାନ କରାଯାଉଛି। ସ୍କୁଲର ଶିକ୍ଷୟତ୍ରୀ ସୁମିତା ତ୍ରିପାଠୀ ପିଲାମାନଙ୍କୁ ଏହିଭଳି ଉପାୟରେ ବାର୍ତ୍ତା ପ୍ରଦାନ ପାଇଁ ଉସ୍ଥାହିତ କରିବା ସଙ୍ଗେ ସଙ୍ଗେ ଗାଇଡ଼ ମଧ୍ୟ କରୁଛନ୍ତି।

child paintingଅନ୍ଯପଟେ ବର୍ତ୍ତମାନ କରୋନାର ଦ୍ବିତୀୟ ଲହରୀରେ ସମସ୍ତେ ଅମ୍ଳଜାନର ଅଭାବକୁ ଅନୁଭବ କରିଛନ୍ତି। ତେଣୁ ଅମ୍ଳଜାନ ପାଇଁ ବୃକ୍ଷ ରୋପଣର ଆବଶ୍ୟକ । ଯାହାକୁ ପିଲାମାନେ ଘରେ ରହି ଚିତ୍ର ମାଧ୍ୟମରେ ବାର୍ତା ବାଣ୍ଟୁଛନ୍ତି। ସିଗମା ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ ପିଲାମାନଙ୍କ ଏହି ଛବି ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ପରିବେଶ ସଚେତନତା ପାଇଁ ପିଲାମାନଙ୍କ କାର୍ଯ୍ୟକୁ ବେଶ୍ ପ୍ରଶଂସା କରାଯିବା ସହିତ ଶୁଭେଛା ମିଳୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.