ଖୁବ୍‌ଶୀଘ୍ର ଶିଶୁମାନଙ୍କୁ ଦିଆଯିବ କରୋନା ଭାକସିନ୍‌, ଦିଲ୍ଲୀ ଏମ୍ସରେ ଆଜିଠୁ ୨ ରୁ ୧୮ ବର୍ଷ ବର୍ଗଙ୍କ ଉପରେ ସ୍କ୍ରିନିଂ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ: ଶିଶୁଙ୍କ ପାଇଁ ଆସୁଛି କରୋନା ଭାକସିନ୍‌ । ଖୁବ୍‌ଶୀଘ୍ର ଶିଶୁମାନଙ୍କୁ ଟିକା ଦିଆଯିବ । ଦିଲ୍ଲୀ ଏମ୍ସରେ ଆଜିଠୁ ୨ ରୁ ୧୮ ବର୍ଷ ବର୍ଗଙ୍କ ଉପରେ କୋଭାକ୍ସିନ ସ୍କ୍ରିନିଂ ପ୍ରକ୍ରିୟା ଆରମ୍ଭ ହୋଇଛି। ସ୍କ୍ରିନିଂ ପରେ ସେମାନଙ୍କ ଉପରେ ଟିକାର ଟ୍ରାଏଲ କରାଯିବ । ଯଦି ଏହି ପରୀକ୍ଷଣ ସଫଳ ହୁଏ ତେବେ ଖୁବ୍‌ ଶୀଘ୍ର ଶିଶୁମାନଙ୍କୁ ଟିକାକରଣରେ ସାମିଲ କରାଯିବ ।

ଡ୍ରଗ୍‌ କଣ୍ଟ୍ରୋଲର୍‌ ଜେନେରାଲ୍‌ ଅଫ୍‌ ଇଣ୍ଡିଆ (DCGI)ଙ୍କ ଅନୁମତି ପାଇବା ପରେ ଏମ୍ସ ଦିଲ୍ଲୀରେ ସ୍କ୍ରିନିଂ ଆରମ୍ଭ ହୋଇଛି । ଏମ୍ସ ନିର୍ଦ୍ଦେଶକ ଡକ୍ଟର ପ୍ରଭାତ କୁମାର ସିଂ କହିଛନ୍ତି, ଏହି ପରୀକ୍ଷା ୬-୧୨ ବର୍ଷ ଏବଂ ପରେ ୨-୬ ବର୍ଷ ବର୍ଗଙ୍କ ମଧ୍ୟରେ ବିଭକ୍ତ କରାଯିବ, କିନ୍ତୁ ବର୍ତ୍ତମାନ ଆମେ ୧୨-୧୮ ବର୍ଷ ବର୍ଗ ବୟସରେ ପରୀକ୍ଷା ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୧୬ ଶିଶୁଙ୍କୁ ଟ୍ରାଏଲରେ ସାମିଲ କରାଯାଇଛି । ୮ ସପ୍ତାହ ମଧ୍ୟରେ ଏହି ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.