ଏବେ ସ୍ବରରେ ମଧ୍ୟ କଣ୍ଟ୍ରୋଲ କରିପାରିବେ ସ୍ମାର୍ଟ LED ବଲବ୍, ଜାଣନ୍ତୁ କ’ଣ ରହିଛି ଫିଚର୍ସ

ପୂର୍ବରୁ ଲୋକମାନେ ନିଜ ଘରେ ଓ ଅଫିସରେ ଆଲୋକ ପାଇଁ ସାଧାରଣ ବଲବ୍ ବ୍ୟବହାର କରୁଥିଲେ ଏବଂ ଆଜି ମଧ୍ୟ କରୁଛନ୍ତି । କିନ୍ତୁ ଦିନକୁ ଦିନ ଟେକ୍ନୋଲୋଜି ଅଧିକ ଉନ୍ନତମାନର ହେବା ସହିତ ହୋମ ଲାଇଟ୍ ମଧ୍ୟ ଏକ ସ୍ମାର୍ଟ ଫର୍ମ ରୂପ ନେଉଛି । ଏହି ସମୟରେ ବଜାରରେ ସ୍ମାର୍ଟ ଏଲଇଡି ବଲବ୍ଗୁଡ଼ିକର ଟ୍ରେଣ୍ଡ ବହୁତ ଦ୍ରୁତ ଗତିରେ ଦେଖାଯାଉଛି । ନିଜର ସ୍ୱର ମାଧ୍ୟମରେ ଏହି ସ୍ମାର୍ଟ ଏଲଇଡି ବଲବ୍କୁ ନିୟନ୍ତ୍ରଣ କରିପାରିବା । ସିସ୍କାର ସ୍ମାର୍ଟ ଏଲଇଡି ବଲବ୍ ବଜାରକୁ ଆସିଯାଇଛି ଯାହା ଆପଣଙ୍କ ଘରକୁ ସ୍ମାର୍ଟ ଆଲୋକ ଦେବାରେ ସାହାଯ୍ୟ କରିବ । ତେବେ ଜାଣନ୍ତୁ କ’ଣ ରହିଛି ଫିଚର୍ସ:

ସିସ୍କା ସ୍ମାର୍ଟ ଲାଇଟ୍ ବର୍ତ୍ତମାନ ମାର୍କେଟରେ ଜଣାଶୁଣା ବ୍ରାଣ୍ଡ। ଯଦି ଆପଣ ଏକ ଭଲ ଗୁଣବତ୍ତା ଏବଂ ଭଲ ଫିଚର୍ସ ସହିତ ସ୍ମାର୍ଟ ବଲବ ପାଇବାକୁ ଚାହୁଁଛନ୍ତି, ତେବେ ସିସ୍କାଙ୍କ ନୂତନ ୱାଇ-ଫାଇ ଏଲଇଡି ବଲବ୍ ଆପଣଙ୍କ ପାଇଁ ସର୍ବୋତ୍ତମ ବିକଳ୍ପ ବୋଲି ପ୍ରମାଣ କରିପାରିବ । ଏହା 12W ଆଲୋକ ସହିତ ଆସିଥାଏ ଏବଂ ନିଜର ସ୍ୱର ସହିତ ଏହି ଏଲଇଡି ବଲବ୍କୁ ନିୟନ୍ତ୍ରଣ କରିପାରିବେ ।

ଏହି ଏଲଇଡି ବଲବ୍ ବିଭିନ୍ନ ପ୍ରକାରର ଆଲୋକ ବିକଳ୍ପ ସହିତ ଆସିଥାଏ ଯେପରିକି ରିଡିଂ, ନାଇଟ ମିଟିଂ ଯାହା ଆପଣଙ୍କ କୋଠରୀକୁ ଗରମ ଏବଂ ଥଣ୍ଡା କରିବାରେ ସାହାଯ୍ଯ କରିବ। ଏଥିପାଇଁ ଆପଣଙ୍କୁ ସିସ୍କା ସ୍ମାର୍ଟ ହୋମ୍ ଆପ୍ ଡାଉନଲୋଡ କରି ଏହାକୁ କଣ୍ଟ୍ରୋଲ କରିପାରିବେ। ଏହା ଏକ ୱାଇ-ଫାଇ ସକ୍ଷମ ଏଲଇଡି ବଲବ 2.4 GHz ରେ 16 ମିଲିୟନ୍ କଲର ସେଡ୍ ସହିତ ଚାଲୁଛି, ଯେଉଁଥିରେ ଆପଣ ଏକ ଟାଇମର୍ ମଧ୍ୟ ଫିଟ୍ କରିପାରିବେ।

ଏହି ବଲବର ଫିଚର୍ସ ଗୁଡିକ ବହୁତ ଭଲ । ଏହାକୁ ସଂଯୋଗ କରିବାରେ କୌଣସି ଅସୁବିଧା ନାହିଁ। ଆପଣ ଏହି ବଲ୍ବକୁ ଆପଣଙ୍କ ଶୋଇବା ଘର, ରୋଷେଇ ଘର, ହଲ୍ କିମ୍ବା ବାଥରୁମରେ ମଧ୍ୟ ବ୍ୟବହାର କରିପାରିବେ । ଏହା ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ଏବଂ ଆଇଓଏସ୍ ସ୍ମାର୍ଟଫୋନ୍ ସହିତ ସହଜରେ କନେକ୍ଟ ହୋଇପାରିବ। କମ୍ପାନୀର ୱେବସାଇଟରେ ଏହାର ଦାମ୍ ୧୨୯୯ ଟଙ୍କା ଥିବାବେଳେ ଆମାଜନ ଇଣ୍ଡିଆ ଏବଂ ଫ୍ଲିପକାର୍ଟରେ ଏହା କିଛି ଭଲ ଅଫର ସହିତ କମ୍ ମୂଲ୍ୟରେ ମଧ୍ୟ ମିଳୁଛି। କମ୍ପାନୀ ଏହା ଉପରେ ୨ ବର୍ଷର ୱାରେଣ୍ଟି ମଧ୍ୟ ଦେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.