Below header

ରିୟଲ ଇଷ୍ଟେଟ୍ ବ୍ୟବସାୟୀ ଅନମୋଲ ସିଂ ଗିରଫ

ରାଉରକେଲା (କେନ୍ୟୁଜ୍) : ରିୟଲ ଇଷ୍ଟେଟ୍ ବ୍ୟବସାୟୀ ଅନମୋଲ ସିଂ ଗିରଫ । ବ୍ୟବସାୟିକ ଶତ୍ରୁକୁ ଫସାଇବା ପାଇଁ ମିଥ୍ୟା ଗୁଳିମାଡ଼ ଘଟଣାର ନାଟକ ରଚିଥିବା ଅନମୋଲଙ୍କୁ ରାଉରକେଲା ସହରର ବ୍ରାହ୍ମଣୀ ତରଙ୍ଗ ଥାନା ପୋଲିସ ଗିରଫ କରିଛି । ତାଙ୍କ ସହ ଆଉ ୪ ଜଣ ଗିରଫ ହୋଇଛନ୍ତି । ସେମାନଙ୍କ ନିକଟରୁ ଦୁଇଟି ବନ୍ଧୁକ, ୪ଟି ଗୁଳି, ଦୁଇଟି କାର ଓ ଦୁଇଟି ବାଇକ ଜବତ କରାଯାଇଥିବା ପଶ୍ଚିମାଞ୍ଚଳ ଡିଆଇଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ନିଜର ବ୍ୟବସାୟିକ ଶତ୍ରୁତା ଥିବା ଜଣେ ବ୍ୟବସାୟୀଙ୍କୁ ଫସାଇବା ପାଇଁ ନିଜ କାର୍ ଉପରକୁ ଅନମୋଲ ଗୁଳିମାଡ଼ କରି ନାଟକ ରଚନା କରିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ତାଙ୍କୁ ଅଧିକ ପଚରାଉଚୁରା କରିବା ପାଇଁ ରିମାଣ୍ଡରେ ଅଣାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.