ପଢ଼ା ବହି ଏବଂ ୟୁନିଫର୍ମ ପାଇଁ ପାଖରେ ନଥିଲା ସମ୍ବଳ, ପ୍ରଥମ ଦରମା ମିଳିଥିଲା ମାତ୍ର ୩୫ ଟଙ୍କା : ରୋହିତ ସେଟ୍ଟୀ

ମୁମ୍ବାଇ : ବଲିଉଡ଼ର ସୁପରିଚିତ ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କର ଫିଲ୍ମ ସିମ୍ବା ୨୮ ଡ଼ିସେମ୍ବରରେ ରିଲିଜ୍ ହେବାକୁ ଯାଉଛି। ରୋହିତ ଜଣେ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ପରିଚିତ ହେବା ସହ ଜଣେ ଭଲ ଷ୍ଟଣ୍ଟମ୍ୟାନ୍ ଏବଂ ବଡ଼ପରଦାରେ ଖଳନାୟକ ଭାବେ ନଜର ଆସୁଥିବା ଏମବି ସେଟ୍ଟୀଙ୍କ ପୁଅ ମଧ୍ୟ। ରୋହିତଙ୍କ ପିତାଙ୍କ ଦେହାନ୍ତ ହେବାପରେ ତାଙ୍କ ପିଲାଦିନ ଖୁବ ସଂଘର୍ଷମୟ ରହିଛି।

rohit-shetty

 

ପିତାଙ୍କ ଦେହାନ୍ତ ସମୟରେ ରୋହିତ ନାବାଳକ ଥିବା ସହ କଲେଜରେ ପାଠ ପଢ଼ୁଥିଲେ। କିନ୍ତୁ ପିତାଙ୍କ ଦେହାନ୍ତ ପାଇଁ ସେ ତାଙ୍କ ପାଠପଢ଼ା ଶେଷ କରିପାରିଲେ ନାହିଁ। ପରିବାରର ଦାୟିତ୍ବ ନେବା ପାଇଁ ଅଧାରୁ ତାଙ୍କୁ ପାଠ ଛାଡ଼ିବାକୁ ପଡ଼ିଥିଲା। ପରିବାରର ମଧ୍ୟ ଆର୍ଥିକ ପରିସ୍ଥିତି ସେତେ ସୁଦୃଢ଼ ନଥିଲା। ତାଙ୍କ ମା, ରୋହିତ ଏବଂ ତାଙ୍କର ଦୁଇ ଭଉଣୀଙ୍କୁ ବଡ଼ କରିବା ପାଇଁ ବହୁତ କଷ୍ଠର ସାମ୍ନା କରିଥିଲେ।

father rohit

ନିଜର ସଂଘର୍ଷପୂର୍ଣ୍ଣ ଦିନ ବିଷୟରେ କହିବାକୁ ଯାଇ ରୋହିତ୍ କହିଥିଲେ, ମୁଁ ପ୍ରଥମେ ନିଜ ସଉକ ପାଇଁ ନୁହଁ ବରଂ ଘର ଚଳାଇବା ପାଇଁ ରୋଜଗାର ଆରମ୍ଭ କରିଥିଲି। ମୁଁ ପାଠପଢ଼ା ଛାଡ଼ିଦେଇଥିଲି କାରଣ ବହି ଏବଂ ପୋଷାକ ପାଇଁ ପାଖରେ ଟଙ୍କା ନଥିଲା। ମୁଁ ଜାଣି ନଥିଲି ଏସବୁ ଜିନିଷ ମତେ କିଏ ଦେବ। ଏଥିପାଇଁ ମୁଁ କାମ କରିବା ସହ ଟଙ୍କା ରୋଜଗାର କରିବା ଆରମ୍ଭ କରିଦେଇଥିଲି। ମୋର ମନେ ଅଛି ମୁଁ ପ୍ରଥମେ ମାତ୍ର ୩୫ଟଙ୍କା ଦରମା ପାଇଥିଲି।

rohit

ସେ କହିଛନ୍ତି ମୁଁ ଆଜି ଯାଏଁ ଜାଣିପାରିଲି ନାହିଁ କାହିଁକି ମତେ ଲୋକ ପସନ୍ଦ କରନ୍ତି। ଏପରିକି ମୋ ଭଉଣୀମାନେ ମତେ ଭାଗିଶାଳୀ କୁହନ୍ତି। କାରଣ ଏପରି ଜୀବନ ମିଳିବା ଖୁବ ଆଶ୍ଚର‌୍ୟ୍ୟକର କଥା। ମୋର ଫିଲ୍ମ ଭଲ କାମ କରିଥାଏ ଏଣୁ ମତେ ଦର୍ଶକ ପସନ୍ଦ କରିଥାନ୍ତି। ଏହା ବାସ୍ତବରେ ଏକ ଜାଦୁ ।ଏଥିରେ ମୋର କିଛି ନାହିଁ। ରୋହତଙ୍କ ଜୀବନ କହିବାକୁ ଗଲେ କୌଣସି ଫିଲ୍ମ କାହାଣୀରୁ କମ ନୁହଁ। କିନ୍ତୁ ଏହା ବାସ୍ତବ କାହାଣୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.