Below header

ମିଲରଙ୍କ ମନଇଚ୍ଛା କାରବାର ପାଇଁ ହନ୍ତସନ୍ତ ଖୋର୍ଦ୍ଧା ଓ ସୁବର୍ଣ୍ଣପୁର ଜିଲ୍ଲା ଚାଷୀ , ବିକ୍ରି କରି ପାରୁନାହାନ୍ତି ଅମଳ ଧାନ

ଖୋର୍ଦ୍ଧା(କେନ୍ୟୁଜ୍) : କୃଷି ଓ କୃଷକଙ୍କ ବିକାଶ ପାଇଁ ରାଜ୍ୟ ସରକାର କରୁଛନ୍ତି ଅନେକ ଯୋଜନା । ବିଶେଷ କରି ଚାଷୀ ତା’ର ଉତ୍ପାଦିତ ଧାନକୁ ସରକାରୀ ମଣ୍ଡିରେ ବିକ୍ରି କରି ଲାଭ ପାଇପାରିବ ସେନେଇ ଖୋଲାଯାଇଛି ମଣ୍ଡି । ହେଲେ ଅନେକ ପଞ୍ଚାୟତରେ ଧାନ ମଣ୍ଡିରେ ଅବ୍ୟବସ୍ଥା ଦେଖାଦେଉଛି । ମିଲରଙ୍କ ମନଇଚ୍ଛା କାମ ଯୋଗୁ ହଇରାଣ ହେଉଛନ୍ତି ଚାଷୀ ।

୨ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଳକର ଛଣଘର, କନ୍ତିଆ ଓ ଏହାର ଆଖପାଖ ଅନେକ ପଞ୍ଚାୟତରେ ଚଳିତ ବର୍ଷ ଭଲ ଧାନ ଅମଳ ହୋଇଛି । ଏହି ଅଞ୍ଚଳରେ ବହୁ ପୂର୍ବରୁ ମଣ୍ଡି ଖୋଲାଯାଇଛି । ମଣ୍ଡିରେ ଧାନ ବିକ୍ରି କରିବାକୁ ବିଭିନ୍ନ ସ୍ଥାନରୁ ଚାଷୀ ଆସୁଛନ୍ତି । ହେଲେ ମିଲରଙ୍କ ମନଇଚ୍ଛା କାରବାର ଯୋଗୁ ଚାଷୀ ହଇରାଣ ହେଉଛନ୍ତି । ଅମଳ ଭଲ ହୋଇଥିବା ବେଳେ ମିଲର ଟାର୍ଗେଟ ଠାରୁ ଅଧିକ ଧାନ ନେଉନାହାନ୍ତି । ଧାନ ସବୁ ବାହାରେ ପଡିରହୁଛି । ଫଳରେ ଧାନ ଗାଈ ଖାଇ ଦେଉଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ମିଲର୍ସଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ନିଆଯିବ କହିଛନ୍ତି ଜିଲ୍ଲାପାଳ ।

ସୁବର୍ଣ୍ଣପୁର ହିଲୁଙ୍ଗ ପ୍ୟାକ୍ସ ଆଗରେ ଗଦା ହୋଇ ରହିଛି ବସ୍ତା ବସ୍ତା ଧାନ

୧ସେହିପରି ସୁବର୍ଣ୍ଣପୁର ଜିଲ୍ଲା ହିଲୁଙ୍ଗ ପ୍ୟାକ୍ସ ଆଗରେ ଗଦା ହୋଇ ରହିଛି ବସ୍ତା ବସ୍ତା ଧାନ । ଧାନ ଅମଳ ପରେ ବିକ୍ରି କରିବାକୁ ଚାଷୀ ପ୍ୟାକ୍ସରେ ପହଞ୍ଚିଥିଲେ । ହେଲେ ମିଲର୍ସଙ୍କ ଦେଖା ନାହିଁ । ଦିନେ କି ଦୁଇ ଦିନ ନୁହେଁ ୧୫ଦିନ ହେବ ପ୍ୟାକ୍ସକୁ ମିଲର୍ସ ଆସୁନାହାନ୍ତି । ଖୋଲା ଆକାଶ ତଳେ ପଡିରହିଛି ୧୩ହଜାରରୁ ଅଧିକ ଧାନ ବସ୍ତା । ଏନେଇ ଫ୍ୟାକ୍ସ କର୍ତ୍ତୃପକ୍ଷଙ୍କ ଠାରୁ ସ୍ଥାନୀୟ ପ୍ରଶାସନ ପର‌୍ୟ୍ୟନ୍ତ ଅଭିଯୋଗ କରିଛନ୍ତି ଶୀତ କାକରରେ ଜଗି ରହିଥିବା ଚାଷୀ । ଅନ୍ୟପଟେ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ଏସିଏସଓ କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.