ବରଗଡ଼ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ତୃତୀୟ ଦିନ , ମହାରାଜ କଂସଙ୍କ ରାଜୁତିରେ ଥରହର ମଥୁରା ନଗରୀ

ବରଗଡ଼(କେନ୍ୟୁଜ୍) : ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ଆଜି ତୃତୀୟ ଦିନ । ଆଜି ତୃତୀୟ ଦିନରେ ମହାରାଜ କଂସଙ୍କ ଶ୍ୟାମେଶ୍ୱର ମହାଦେବଙ୍କ ଦର୍ଶନ, ବିଜୁଳି କନ୍ୟାର ଶୂନ୍ୟବାଣୀ ଏବଂ ଶ୍ରୀକୃଷ୍ଣଙ୍କୁ ବଦ୍ଧ କରିବା ପାଇଁ ପୁତନା ରାକ୍ଷାସଙ୍କୁ ଗୋପପୁର ପ୍ରେରଣ କରାଯିବ । ଅନ୍ୟପଟେ ଗୋପପୁରରେ ଶ୍ରୀକୃଷ୍ଣ ଜନ୍ମ ଓ ନନ୍ଦୋତ୍ସବ ଅଭିନୀତ ହେବ । ଗତକାଲି ଦ୍ୱିତୀୟ ଦିନରେ ମହାରାଜ କଂସଙ୍କ ନଗର ଭ୍ରମଣର ଦୃଶ୍ୟ ବେଶ ମନୋରମ ହୋଇଥିଲା ।

kanshaନଗର ଭ୍ରମଣରେ ନିୟମ ଖିଲାପକାରୀ ବ୍ୟକ୍ତିଙ୍କୁ ଦଣ୍ଡ ବିଧାନ କରିଥିଲେ ମହାରାଜ କଂସ । ରାଜ ଦରବାରକୁ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ଉପସ୍ଥିତ ରହିଥିଲେ । ଦେବକୀଙ୍କ ଗୋଟିଏ ପରେ ଗୋଟିଏ ଶିଶୁପୁତ୍ରଙ୍କୁ କଂସ ହତ୍ୟା କରି ଚାଲିଥିବା ବେଳେ ସପ୍ତମ ସନ୍ତାନ ଆକସ୍ମିକ ଭାବେ ଅର୍ନ୍ତଧ୍ୟାନ ହୋଇଛି । ଏହା ପରେ କଂସଙ୍କ ଅତ୍ୟାଚାରରୁ ମଥୁରାବାସୀଙ୍କୁ ଉଦ୍ଧାର କରିବା ପାଇଁ ଦେବକୀଙ୍କ ଅଷ୍ଟମ ଗର୍ଭରୁ ଶ୍ରୀକୃଷ୍ଣ ଜନ୍ମ ନେଇଛନ୍ତି । ଏହା ସହ ଯଶୋଦାଙ୍କ କୂଳରେ ଶ୍ରୀକୃଷ୍ଣଙ୍କୁ ଥୋଇ ଦେଇ ବିଜୁଳି କନ୍ୟାଙ୍କ ସହ ପ୍ରତ୍ୟାବର୍ତ୍ତନ କରିଛନ୍ତି ବାସୁଦେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.