Below header

ଜଟଣୀ ପଡୋପଡ଼ା ଜଙ୍ଗଲରେ ଲାଗିଥିବା ନିଆଁ ହେଉଛି ଅଣାୟତ୍ତ, ପାଖରେ ପହଞ୍ଚି ପାରୁନି ଦମକଳ ବାହିନୀ

ଖୋର୍ଦ୍ଧା(କେନ୍ୟୁଜ୍‌) : ବରୁଣେଇ ଜଙ୍ଗଲରେ ଲାଗିଥିବା ନିଆଁ ଲିଭି ନଥିବାବେଳେ ଜଟଣୀ ପଡୋପଡ଼ା ଜଙ୍ଗଲରେ ଲାଗିଥିବା ନିଆଁ ଭୟଙ୍କର ରୂପ ନେବାରେ ଲାଗିଛି । ନିଆଁ ପାଖରେ ଦମକଳ ବାହିନୀ ପହଞ୍ଚି ପାରୁ ନଥିବାରୁ ନିଆଁକୁ ଆୟତ୍ତ କରିବା କଷ୍ଟକର ହୋଇପଡ଼ିଛି ।

fire at barunei

ସୂଚନାନୁଯାୟୀ, ଖୋର୍ଦ୍ଧା ବରୁଣେଇ ଜଙ୍ଗଲରେ ଲାଗିଥିବା ନିଆଁ ଲିଭିବାର ନାଁ ଧରୁନଥିବା ବେଳେ ବରୁଣେଇ ବିପରୀତ ଜଟଣୀ ପଡ଼ୋପଡ଼ା ଜଙ୍ଗଲରେ ନିଆଁ ଭୟଙ୍କର ରୂପ ନେଉଛି । ଅଗ୍ନିଶମ ବିଭାଗ ବରୁଣେଇ ପାହାଡ଼ରେ ଲାଗିଥିବା ନିଆଁକୁ ଆୟତ୍ତ କରିବାରେ ପ୍ରୟାୟ ଜାରି ରଖିଛି । ହେଳେ ଜଟଣୀ ପଡ଼ୋପଡ଼ା ଜଙ୍ଗଲରେ ଲାଗିଥିବା ନିଆଁ ନିକଟତର ହୋଇପାରୁନି ଅଗ୍‌ିଶମ ବିଭାଗ ।

ପଡ଼ୋପଡ଼ା ଜଙ୍ଗଲରେ ନିଆଁର ତେଜ ଏତେ ପ୍ରଖର ଅଛି ଯେ ନିଆଁର ନିକଟତର ହୋଇପାରୁନି ଅଗ୍ନିଶମ ବିଭାଗ । ତେଣୁ ପଡ଼ୋପଡ଼ା ଜଙ୍ଗଲରେ ନିଆଁ ପାଖରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ଅଗ୍ନିଶମ ବିଭାଗ ପାଇଁ କଷ୍ଟକର ହୋଇପଡ଼ିଛି । ବରୁଣେଇ ଜଙ୍ଗଲର ନିଆଁ କୁ ଅଗ୍ନିଶମ ବାହିନୀ କିଛି ମାତ୍ରାରେ ଆୟତ୍ତ କରିବାରେ ସକ୍ଷମ ହୋଇଥିବାବେଳେ ପଡ଼ୋପଡ଼ା ଜଙ୍ଗଲରେ ନିଆଁକୁ ଆୟତ୍ତ କରି ପାରିନି ଅଗ୍ଗିଶମ ବାହିନୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.